fbpx

ଚାଷୀଙ୍କ ଝିଅଙ୍କ ଶିକ୍ଷା ଉପରେ ନିଜ ଦରମା ଖର୍ଚ୍ଚ କରିବେ ହରଭଜନ, ଟୁଇଟ୍ କରି ଜଣାଇଲେ ଆପ୍ ସାଂସଦ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ସ୍ପିନର ତଥା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂହ ବଡ ଘୋଷଣା କରିଛନ୍ତି। ନିଜ ବେତନ କୃଷକଙ୍କ ଝିଅଙ୍କ ଶିକ୍ଷା ଏବଂ କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି ଏହି ପୂର୍ବତନ କ୍ରିକେଟର। ହରଭଜନ କହିଛନ୍ତି, ରାଜ୍ୟସଭା ସଦସ୍ୟ ଭାବେ ମାଁ ନିଜ ବେତନକୁ କୃଷକମାନଙ୍କ ଝିଅଙ୍କ ଶିକ୍ଷା ଏବଂ କଲ୍ୟାଣରେ ଖର୍ଚ୍ଚ କରିବାକୁ ଚାହୁଁଛି। ମୁଁ ନିଜ ଦେଶର ଉନ୍ନତିର ଯୋଗଦାନରେ ନିଜକୁ ସାମିଲ୍ କରିଛି ଏବଂ ଯାହା ମୋ ଦ୍ଵାରା ସମ୍ଭବ ତାହା କରିବି ବୋଲି ହରଭଜନ ସିଂହ କହିଛନ୍ତି।

ହରଭଜନ ସିଂହ ପଞ୍ଜାବରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ଦେବେ ବୋଲି ହରଭଜନ ପୂର୍ବରୁ କହି ସାରିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଏହି ପୂର୍ବତନ ସ୍ପିନର ହେଉଛନ୍ତି ଜଳନ୍ଧରର ବାସିନ୍ଦା। ସେ ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ଭଜି ନିଜର ୨୩ ବର୍ଷର କ୍ରିକେଟ୍ କ୍ୟାରିୟରରେ ଦୁଇ ଥର ବିଶ୍ଵ ଚାମ୍ପିଅନ ଭାରତୀୟ ଦଳର ଅଂଶ ଥିଲେ। ସେ ୨୦୨୧ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ।

 

ସନ୍ନ୍ୟାସ ପରେ ହରଭଜର ସିଂହଙ୍କୁ ନବଜୋତ ସିଂହ ସିଦ୍ଧୁଙ୍କ ସହିତ ଏକ ଫଟୋରେ ନଜର ଆସିଥିଲେ। ଏହା ପରେ ତାଙ୍କର କଂଗ୍ରେସରେ ଯୋଗ ଦେବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ସେ ଏହି ଚର୍ଚ୍ଚାକୁ ଖଣ୍ଡନକ କରିଥିଲେ। କିନ୍ତୁ ପଞ୍ଜାବରେ ଆପ୍ ସରକାର ଗଠନ ପରେ ଭଜିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା ଦଳ।

Get real time updates directly on you device, subscribe now.