ଚଣ୍ଡୀଗଡ଼: ଭାରତୀୟ ଜନତା ପାର୍ଟୀର ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅନଲାଇନ ଅଭିଯୋଗ କରିଛନ୍ତି । ସିଏମ ମାନଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ଗୁରୁଦ୍ୱାରରେ ପ୍ରବେଶ କରିବା ଅଭିଯୋଗ ହୋଇଛି । ଯେ ପଞ୍ଜାବ ପୋଲିସଙ୍କୁ ମହାନିର୍ଦ୍ଦେଶକଙ୍କୁ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତିି ।
ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଚଣ୍ଡୀଗଡ଼ରେ ସିଖ୍ ଧର୍ମସ୍ଥଳ ଗୁଡ଼ିକର ପରିଚାଳନା କରୁଥିବା ସଂଗଠନ ଏସଜିପିସି ଶୁକ୍ରବାର ଅଭିଯୋଗ କରିଥିଲା ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ ନେତା ଭଗୱନ୍ତ ମାନ ବୈଶାଖୀ ଅବସରରେ ନିଶାସକ୍ତି ଅବସ୍ଥାରେ ତଖ୍ତ ଦମଦମା ସାହିବରେ ପ୍ରବେଶ କରିଥିଲେ । ସଂଗଠନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ମଧ୍ୟ କହିଥିଲେ ।
ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଚିବ ତେଜିନ୍ଦୀ ପାଲ ସିଂହ ବଗ୍ଗା ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବିରୋଧରେ ମଧ୍ୟ ନିକଟରେ ମୋହାଲୀ ସାଇବର ପୋଲିସ ଷ୍ଟେସନରେ ଅପରାଧିକ ମାମଲା ରୁଜୁ ହୋଇଛି । ତାଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଖରାପ ଶବ୍ଦ ବ୍ୟବହାର କରିଥିଲେ ଏବଂ ସମାଜ କୁ ଧର୍ମ ଏବଂ ଜାତି ଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଥିଲେ । ସେ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।