fbpx

ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଦ୍ୱାରା ଇମ୍ଫା ଖଣି ପରିଦର୍ଶନ

ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶ ଚିଓକ୍ ଇଞ୍ଜ୍ ଚୂନ୍, ପ୍ରଶାସନ ନିର୍ଦ୍ଦେଶକ କେରୱିନ ହିଙ୍ଗ୍ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ, ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟ୍ରୋନିକ୍ସ ବିଭାଗର ନିର୍ଦ୍ଦେଶକ ପି.କେ ବେହେରା, ପ୍ରିନ୍ସିପାଲ୍ ସଂଗ୍ରାମ୍ ଗୋପାଲ ଆଦି କାଳିଆପାଣି ସ୍ଥିତ ଇମ୍ଫାର ସୁକିନ୍ଦା ଏବଂ ମହାଗିରୀ ଖଣି ପରିଦର୍ଶନ କରିଛନ୍ତି । ସୁକିନ୍ଦା ଖଣି ଏବଂ ମହାଗିରୀ ଭୂତଳ ଖରିର ବିଭିନ୍ନ କାର୍ଯ୍ୟସ୍ଥଳୀ ପରିଦର୍ଶନ କରି ଇମ୍ଫାର ସୁରକ୍ଷା ତଥା ବୈଷୟିକ ଦିଗର ଇଚ୍ଚପ୍ରଶଂସା କରିଥିଲେ । ଇମ୍ଫାର କାର୍ଯ୍ୟକାରୀ ମୁଖ୍ୟ ତଥା ବରିଷ୍ଠ କାର୍ଯ୍ୟସ୍ଥଳୀର ବିସ୍ତୃତ ସୂଚନା ଦେଇଥିଲେ । ଇମ୍ଫା ଖଣି ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟଶୈଳୀ, କର୍ମଚାରୀଙ୍କ ଦକ୍ଷତା, ଗୁଣବତ୍ତା ଏବଂ ମାନଦଣ୍ଡ ବଜାୟ ରଖିଥିବାରୁ, ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ସିଙ୍ଗାପୁରର ପ୍ରତିନିଧିମାନେ ଭୂୟସୀ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.