fbpx

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ MLA ଜର୍ଜ ତିର୍କୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସର ହାତ ଛାଡ଼ିଛନ୍ତି । ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜର୍ଜ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିକଟକୁ ପଠାଇଛନ୍ତି । କଂଗ୍ରେସର କୌଣସି ଭବିଷ୍ୟତ ନାହିଁ, ଦଳ ଦିନକୁ ଦିନ ନିଜର ଅସ୍ତିତ୍ୱ ହରାଉଛି ବୋଲି କହିଛନ୍ତି ଜର୍ଜ ।

ନିଜର ଇସ୍ତଫା ପତ୍ରରେ ଜର୍ଜ ଉଲ୍ଲେଖ କରିଛନ୍ତି ଯେ, ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସେ ବହୁବାର ଉଦ୍ୟମ କରିଥିଲେ । ମାତ୍ର ପିସିସି ଓ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ତାଙ୍କୁ ଏକପ୍ରକାର ଅଣଦେଖା କରାଯାଇଥିଲା ।

Get real time updates directly on you device, subscribe now.