fbpx

ପେଟ୍ରୋଲ, ଡିଜେଲ, ଗ୍ୟାସ୍ କନ୍ଦାଇଲା: ଏବେ ଦୁଇ ଟଙ୍କା ବଢ଼ିବ OMFED କ୍ଷୀରର ମୂଲ୍ୟ, ଜାଣନ୍ତୁ କେବେଠାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାଧାରଣ ଜନତାଙ୍କ ଜୀବନକୁ ସତେ ଯେମିତି ଶନିଗ୍ରହ ପଶିଆସିଛି । ମହଙ୍ଗା ମାଡ଼ରେ ଗରିବମାନେ ଖାଲି ଝଟପଟ ହେଉଛନ୍ତି । ପେଟ୍ରୋଲ, ଡିଜେଲ, ଲେମ୍ବୁ, ରୋଷେଇ ଗ୍ୟାସ ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଦୁଃଖ ଏତିକିରେ ସରିନାହିଁ । ଖୁବଶୀଘ୍ର ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବା ନେଇ ଓମଫେଡ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ବଜାରେ ଉପଲବ୍ଧ ଥିବା ୫୦୦ ମିଲିର ଓମଫେଡ ପ୍ୟାକେଟ୍ ୨୩ ଟଙ୍କାରେ ବିକ୍ରି ହେଉଛି । ଏହି ଦର ଆଗକୁ ବୃଦ୍ଧି ପାଇଁ ୨୪ ଟଙ୍କା ହୋଇଯିବ । ଔଷଧ, ଇନ୍ଧନ ମୂଲ୍ୟ, ପ୍ୟାକେଜିଂ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷର ମୂଲ୍ୟ ବୃଦ୍ଧି କାରଣରୁ ଓମଫେଡ କ୍ଷୀରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି ।

ଓମଫେଡ ଗୋଲ୍ଡ ଓ ଓମଫେଡ ପ୍ରିମିୟମ ୫୦୦ ମିଲିକୁ ୨୪ ଟଙ୍କା ଓ ଓମଫେଡ ଟୋନଡ ୫୦୦ ମିଲିକୁ ୨୧ ଟଙ୍କାରେ ବିକ୍ରି କରାଯିବ । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପରେ ବି ଗତ ଦୁଇ ବର୍ଷ ଧରି ଓମଫେଡ କ୍ଷୀରର ଦାମ୍ ବୃଦ୍ଧି କରାଯାଇ ନଥିଲା । ଦୁଗ୍ଧ ଚାଷୀଙ୍କ ଦାବି ଓ ଇନପୁଟ ଖର୍ଚ୍ଚ ବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.