fbpx

ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଦେଲା ବିକଳ୍ପ: ୟୁକ୍ରେନୀ ସେନାକୁ ହାର ମାନିବା ପାଇଁ ପୁତିନ ସେନାର ଉପାୟ

ନୂଆଦିଲ୍ଲୀ: ୟୁକ୍ରେନ ସେନାକୁ ତୁରନ୍ତ ହତିଆର ଫିଙ୍ଗିବା ପାଇଁ କହିଛି ଋଷ ସେନା ବିଭାଗ । ୟୁକ୍ରେନର ମାରିୟୁପୋଲକୁ ସୁରକ୍ଷା କରୁଥିବା ସେନ୍ୟମାନଙ୍କୁ ଖୁବଶୀଘ୍ର ହତିଆର ଫିଙ୍ଗି ଆତ୍ମସମର୍ପଣ କରିବାକୁ ଋଷ ଆହ୍ୱାନ ଦେଇଛି । ଏପରି ଚେତାବନୀ ସହ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବାର ଏକ ନୂଆ ବିକଳ୍ପ ଦେଇଛି ଋଷ ସେନା । ଋଷ ରକ୍ଷା ମନ୍ତ୍ରାଳୟ ତରଫରୁ ଋଷକୁ ଏହି ଚେତାବନୀ ଦିଆଯାଇଛି ।

କିଭକୁ ବୁଦ୍ଧିମାନର ପରିଚୟ ଦେଇ ଉଚିତ ପଦକ୍ଷେପ ନେବାକୁ କହିଛି ଋଷ । ଯୁଦ୍ଧ କରିବା ପରିବର୍ତ୍ତେ ହତିଆର ଛାଡି ମୁଣ୍ଡ ତଳକୁ କରିବା ପାଇଁ ଋଷ ଜିଦି ଧରି ବସିଛି । ତେବେ ସୈନ୍ୟମାନେ ନିଜକୁ ଆତ୍ମସମର୍ପଣ କଲେ ସେମାନଙ୍କୁ ନିଶ୍ଚିତ ଜୀବନ୍ତ ଛାଡି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଋଷ । ୟୁକ୍ରେନ ସୈନ୍ୟମାନଙ୍କୁ ପୁଣି ଥରେ ପ୍ରତିରୋଧ କରିବା ବଦଳରେ ହତିଆର ଛାଡି ଶରଣ ଯିବାକୁ ଋଷ ସୁଯୋଗ ଦେଇଛି ।

ଡୋନବାସ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରୟାସ ଜୋରଦାର କରିଛି ଋଷ ସେନା । ପୂର୍ବ ୟୁକ୍ରେନରେ ଔଦ୍ୟୋଗିକ ଗଡ ଉପରେ ନିୟନ୍ତ୍ରଣ କରିବା ପାଇଁ ସ୍ଥଳଭାଗରେ ଏକ ବଡ ଯୁୂଦ୍ଧ ଆରମ୍ଭ ହୋଇଯାଇଛି । ଏହାକୁ ଯୁଦ୍ଧର ଆଉ ଏକ ଚରଣ ବୋଲି କହିଛନ୍ତି । ପଡୋଶୀ ରାଷ୍ଟ୍ର ଖାରକିଭ ସହିତ ମିଶି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉଦ୍ୟମ ଜାରି ରଖିଛି ।

Get real time updates directly on you device, subscribe now.