fbpx

ଋଷ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକାକୁ କଲେ ଦାୟୀ

ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଦାୟୀ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ । ସେ କହିଛନ୍ତି ଯେ ୟୁକ୍ରେନର ତାଜା ସ୍ଥିତି କୁ ନଜର ଦେଲେ ଏହା ଜଣା ପଡୁଛି ଯେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଦୁନିଆରେ ନିଜର ଶାସନ ଏବଂ ଆଧିପାତ୍ୟ ସ୍ଥପତ୍ୟ କରିବା ପାଇଁ ଇଚ୍ଛୁକ ଥିବା ଜଣା ପଡୁଛି ।

ଏଥି ସହିତ ସେ କହିଛନ୍ତି ଯେ ଆମେରିକା ଏବଂ ପଶ୍ଚିମ ଦେଶ ଗୁଡ଼ିକ ଏହା ସାବ୍ୟସ୍ଥ କରିବାକୁ ଚାହୁଛନ୍ତି ଯେ ବିଶ୍ୱରେ ବିଭିନ୍ନ ଦେଶ ନିଜର ସ୍ୱତନ୍ତ୍ର ମତ ପୋଷଣ କରିପାରିବେ ନାହିଁ, ସମସ୍ତେ କେବଳ ଏକପାଖିଆ ହୋଇ ରହିବେ ।

ଋଷ ବିଦେଶ ମନ୍ତ୍ରୀ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମେରିକା ଏବଂ ପଶ୍ଚିମ ଦେଶ ଆମ ସୀମାରେ ଋଷ ବିପକ୍ଷରେ ୟୁକ୍ରେନକୁ ବିପୁଳ ପରିମାଣରେ ଅସ୍ତଶସ୍ତ୍ର ଦେଇ ଠିଆ କରିଛନ୍ତି । ସେ କହିଛନ୍ତି ଯେ ସୋଭିଏତ ସଂଗଠନ ଭାଙ୍ଗିଯିବା ପରେ ଏଥିରେ ସାମିଲ ଥିବା ବିଭିନ୍ନ ଦେଶ ନାଟୋରେ ସାମିଲ ହେବାକୁ ଚାହିଁଲେ । ନାଟୋ କ୍ରମଶଃ ପୁର୍ବକୁ ବଢିବାକୁ ଲାଗିଲା । ଏହା ଋଷର ଆତ୍ମରକ୍ଷା ପ୍ରତି ଏକ ଚେତାବନୀ ଭଳି ଥିଲା ।

ସେ ଦାବି କରିଛନ୍ତି ଯେ ଋଷ କେବଳ ୟୁକ୍ରେନ ସେନାର ବିଭିନ୍ନ କ୍ୟାମ୍ପ ଉପରେ ଆକ୍ରମଣ କରୁଛି । ଆମେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁନାହୁଁ । ଏଥି ସହିତ ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ ସେନା ସାଧାରଣ ନାଗରିକଙ୍କୁ ଢାଲ ଭାବରେ ବ୍ୟବହାର କରୁଛି । ଏବଂ ଆମ ସେନାଙ୍କ ବିରୋଧରେ ମିଥ୍ୟା ଅପପ୍ରଚାର କରୁଛି ।

Get real time updates directly on you device, subscribe now.