fbpx

ସ୍କୁଲ ନିକଟରେ ସିରିଜ୍ ବିସ୍ଫୋରଣ: ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା

ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ ବିସ୍ଫୋରଣ ମୁମତାଜ ଏଜୁକେସନାଲ ସେଣ୍ଟ ନିକଟରେ ହୋଇଛି, ଦ୍ୱିତୀୟ ଧମାକା ଅବଦୁଲ ରହିମ ଶହୀଦ ହାଇସ୍କୁଲ ଏବଂ ତୃତୀୟ ବିସ୍ଫୋରଣ ମଧ୍ୟ ଏକ ସ୍କୁଲ ନିକଟରେ ହୋଇଛି । ବଡ଼ କଥା ହେଉଛି ଏହି ବିସ୍ଫୋରଣ ସ୍କୁଲ ଛୁଟି ସମୟରେ ଯେତେବେଳେ ପିଲାମାନେ ଘରକୁ ଫେରୁଥିଲେ ସେହି ସମୟରେ ହୋଇଛି ।

ଏହି ସ୍କୁଲରେ ପଢ଼ୁଥିବା ପିଲାମାନେ ଲଘୁସଂପ୍ରଦାୟ ହଜାରାର ସମୁଦାୟର ଥିଲେ, ଯେଉଁମାନେ ଅନେକ ସମୟରେ ଆତଙ୍କୀଙ୍କ ଟାର୍ଗେଟରେ ରହିଥାନ୍ତି । ତାଲିବାନ ରାଜରେ ହଜାରା ସମୁଦାୟର ଅନେକ ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ତେବେ ଏପର୍ଯ୍ୟନ୍ତ କେହି ଏହି ବିସ୍ଫୋରଣ ନେଇ ନିଜକୁ ଦାୟୀ କରିନାହାଁନ୍ତି ।

ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟ ଆକ୍ରମଣ ନେଇ ସ୍ପଷ୍ଟ କରିଥିବାବେଳେ, ବିସ୍ଫୋରଣର ଯାଞ୍ଚ ଚାଲିଛି ଏବଂ ମୃତକଙ୍କ ସଠିକ୍ ସଂଖ୍ୟା ଆସିନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.