fbpx

ପ୍ରେମ ସମ୍ପର୍କକୁ ନେଇ ରୁହନ୍ତି ଚର୍ଚ୍ଚାରେ, ଭାରତରେ ବି ଏହି ପାକିସ୍ତାନୀ ମନ୍ତ୍ରୀଙ୍କର ରହିଛନ୍ତି ଲକ୍ଷାଧିକ ପ୍ରଶଂସକ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ମନ୍ତ୍ରୀ ମଣ୍ଡଳର ୩୭ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ନାମ ଗୁଡ଼ିକ ମଧ୍ୟରୁ କିଛି ମନ୍ତ୍ରୀଙ୍କ ନାମକୁ ନେଇ ବହୁତ୍ ଚର୍ଚ୍ଚା ଲାଗି ରହିଛି । ଏପରିକି କିଛି ନେତାଙ୍କ ନାମ ଭାରତରେ ମଧ୍ୟ ଯୋରଦାର ଚର୍ଚ୍ଚାରେ ରହିଛି । ଏମାନଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି ହିନା ରବାନୀ ଖାର୍ । ହିନା ହେଉଛନ୍ତି ପାକିସ୍ତାନ କ୍ୟାବିନେଟର ସବୁଠୁ ସୁନ୍ଦର ମନ୍ତ୍ରୀ । ହିନାଙ୍କୁ ବିଦେଶ ରାଜ୍ୟମନ୍ତ୍ରୀ ପଦ ମିଳିଛି । ତେବେ ଏହା ପୁର୍ବରୁ ମଧ୍ୟ ସେ ଏହି ପଦବୀରେ ରହି ସାରିଛନ୍ତି ।

ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଯେ, ତାଙ୍କର ସୁନ୍ଦରତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଏପରିକି ଭାରତରେ ତ ତାଙ୍କର ଲକ୍ଷାଧିକ ପ୍ରଂଶସକ ରହିଛନ୍ତି । ହିନାଙ୍କର ଜନ୍ମ ୧୯୭୭ ମସିହା ନଭେମ୍ବର ୧୯ ତାରିଖରେ ପାକିସ୍ତାନ ସ୍ଥିତ ପଞ୍ଜାବର ମୁଲ୍ଲାନରେ ହୋଇଥିଲା । ସେ ଜାଟ୍ଟ ସମ୍ପ୍ରଦାୟର ଅଟନ୍ତି । ତାଙ୍କର ପୁର୍ବରୁ ତାଙ୍କ ପିତା ମଧ୍ୟ ପାକିସ୍ତାନ ରାଜନୀତିରେ ବେଶ ସକ୍ରିୟ ରହିଥିଲେ ।

ହିନା ଲାହୋର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ଏମଏସସି କରିବା ପାଇଁ ଆମେରିକା ଯାଇଥିଲେ । ୨୦୦୨ରେ ହିନା ରାଜନୀତିରେ ତାଙ୍କ ବାପାଙ୍କ ସ୍ଥାନ ନେଇ ଆଗକୁ ବଢି ଚାଲିଥିଲେ । ପ୍ରଥମ ଥର ସେ ମୁଜାଫରଗଡ଼ରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ତାଙ୍କୁ ସୋକତ ଅଜିଜଙ୍କ ସରକାରରେ ଅର୍ଥନୈତିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ପଦ ମିଳିଥିଲା । ୨୦୦୮ ନିର୍ବାଚନ ଜିତି କେନ୍ଦ୍ରୀୟ ଅର୍ଥ ଏବଂ ଉଦ୍ୟୋଗ ବିଭାଗର ରାଜ୍ୟ ମନ୍ତ୍ରୀ ଦାୟୀତ୍ୱ ପାଇଥିଲେ । ୨୦୧୧ରେ ସେ ବିଦେଶ ରାଜ୍ୟ ମନ୍ତ୍ରୀ ପଦ ପାଇଥିଲେ, ଏହା ପରେ ତାଙ୍କର ସୁନ୍ଦରତା ବିଷୟରେ ଦେଶ ବିଦେଶରେ ଆଲୋଚନା ହୋଇଥିଲା ।

ତେବେ ତାଙ୍କ ରାଜନୈତିକ ଜୀବନକୁ ଛାଡ଼ି ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଲୋକେ ବେଶ ଆଗ୍ରହ ଦେଖାଇଥାନ୍ତି । ରାଜନୀତିକୁ ଆସିବା ପରେ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ସହିତ ଯୋଡ଼ି ହେବା ପରେ ବିଲାବଲ ଭୁଟ୍ଟୋଙ୍କ ସହିତ ସମ୍ପର୍କ ବଢିଥିଲା । ଏହା ପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖୁବ୍ ଚର୍ଚ୍ଚା ହୋଇଥାଏ । ପାକିସ୍ତାନର ବିଭିନ୍ନ ମିଡିଆ ରିପୋର୍ଟ ମୁତାବକ, ଗୋଟିଏ ଥର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦାରୀଙ୍କ ଆବାସରେ ଦୁହିଁଙ୍କୁ ଆପତ୍ତି ଜନକ ଅବସ୍ଥାରେ ଦେଖାଯାଇଥିଲା । ଏହା ପରେ ରାଷ୍ଟ୍ରପତି ଦୁହିଁଙ୍କ ମୋବାଇଲ ଯାଞ୍ଚ କରିଥିଲେ ଏବଂ ସେମାନଙ୍କ ଅବୈଧ ସମ୍ପର୍କ ବିଷୟରେ ଜଣା ପଡିଥିଲା ।

Get real time updates directly on you device, subscribe now.