fbpx

ଘନଉଛି ଶ୍ରୀଲଙ୍କା ସଂଙ୍କଟ; ପୋଲିସ ଗୁଳିରେ ପ୍ରଦର୍ଶନକାରୀ ମୃତ, ୧୦ ଆହତ

ଶ୍ରୀଲଙ୍କାରେ ଆର୍ଥୀକ ସଂଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ନେଇ ଲାଗି ରହିଥିବା ସ୍ଥିତି ମଧ୍ୟରେ ଲୋକେ ସରକାରଙ୍କ ବିରୋଧରେ ପ୍ରଦର୍ଶନକୁ ଜୋରଦାର କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଲୋକେ ପ୍ରବଳ ପ୍ରଦର୍ଶନ କରୁଥିଲେ ମଧ୍ୟ କୌଣସି ହିଂସାର ଖବର ଆସି ନଥିଲା । ଆଜି ଆସିଥିବା ଖବର ଅନୁଯାୟୀ ପୋଲିସ ଏବଂ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ ଏବଂ ପୋଲିସ ଚଳାଇଥିବା ଗୁଳିରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୋଇଛି, ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ କିଛି ଲୋକେ ରାମବୁକାନା ନିକଟରେ ରାଜପଥକୁ ଅବରୋଧ କରିବାକୁ ଚେଷ୍ଟା କରୁଥିଲେ । ଏହି ଲୋକମାନେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ମେଡିକାଲ ମାନଙ୍କରେ ପୋଲିସ ସହିତ ଜଡ଼ିତ ସମସ୍ୟାକୁ ନେଇ ସରକାରଙ୍କ ବିରୋଧରେ ରାଜପଥରେ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ରାଜପଥ ବନ୍ଦ ହୋଇଯାଇଥିଲା ଏବଂ ପୋଲିସଦ ରାଜପଥକୁ ପାଙ୍କା କରିବା ପାଇଁ ପ୍ରଥମେ ପ୍ରଦର୍ଶନକାରୀଙ୍କୁ ଲାଠିଚାର୍ଜ କରିଥିଲା ଏବଂ ପରେ ଗୁଳି ଚଳାଇଥିଲା ।

ଅନ୍ୟପଟେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରେ ଏପରି ସ୍ଥିତି ପାଇଁ ନିଜକୁ ଦାୟୀ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସେ ଏହି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଗତକାଲି ରାଜପକ୍ଷେ ନୂତନ କ୍ୟାବିନେଟ ଗଠନ କରିଥିଲେ । ଏଥିରେ ତାଙ୍କର ଭାୟ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଭାବରେ ରହିଛନ୍ତି ।

 

Get real time updates directly on you device, subscribe now.