ଜଳୁଛି ସୋନପୁର ସହର, ରାଜ୍ୟର ସବୁଠୁ ଅଧିକ ତାପମାତ୍ରାରେ ଛଟପଟ ହେଉଛନ୍ତି ଲୋକେ

ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଆସନ୍ତା ଦୁଇ ତିନିଦିନ ରାଜ୍ୟରେ ତାପମାତ୍ରା ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କୁହାଯାଇଛି । ବୁଧବାର ସୋନପୁର ରାଜ୍ୟର ଉତପ୍ତ ସହର ପାଲଟିଛି । ଏଠାରେ ଦିନ ସମୟରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡ଼ିଗ୍ରୀ ରେକର୍ଡ ହୋଇଛି । ଏଥି ସହିତ ସୋନପୁରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

ଏଥି ସହିତ ଆଜି ରାଜ୍ୟର ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ରେକର୍ଡ ହୋଇଛି । ସେହିପରି ୧୯ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିରରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବେଳେ ଏହା ପଛକୁ ଝାରସୁଗୁଡ଼ା ୪୩, ବୌଦ୍ଧ୪୩, ସୁନ୍ଦରଗଡ଼ ୪୩, ଟିଟିଲାଗଡ଼ ୪୩ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଅନୁଗୁଳ ୪୨.୧, ବାରିପଦା ୪୦.୪, କେଉଁଝର ୪୦.୬,ସମ୍ବଲପୁର ୪୨.୪, ହିରାକୁଦ ୪୧, ଭବାନିପାଟଣା ୪୧.୫,କୋରାପୁଟ ୪୧.୫,ତାଳଚେର ୪୧.୪, ଭଦ୍ରକ ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।