fbpx

କରୋନାର ବିପଦ ଯାଇନାହିଁ, ଛୋଟ ପିଲାଙ୍କଠାରେ ଦେଖାଦେଲାଣି ଏକ ରହସ୍ୟମୟ ରୋଗ, ଏହି ୧୦ଟି ଲକ୍ଷଣକୁ କଦାପି ଅଣଦେଖା କରନ୍ତୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରାସର ଲେଉଟାଣିକୁ ନେଇ ଜନସାଧାରଣ ଚିନ୍ତିତ ରହିଥିବା ବେଳେ ଏହା ମଧ୍ୟରେ ଛୋଟ ପିଲାଙ୍କୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଛୋଟ ପିଲାଙ୍କଠାରେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସମୟରେ ହେପାଟାଇଟିସ ସଂକ୍ରମଣକୁ ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି । ଛୋଟ ପିଲାଙ୍କଠାରେ ହେପାଟାଇଟିସର ମୋଟ ୧୬୯ଟି ମାମଲା ସାମ୍ନାକୁ ଆସିଛି । ତେବେ ବ୍ରିଟେନରେ ସର୍ବାଧିକ ୧୧୪ଟି ଏହି ମାମଲା ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

ଏକ୍ସପର୍ଟଙ୍କ ମତରେ, ଅଧିକାଂଶ ପିଲାଙ୍କଠାରେ ଡାଇରିଆ ଓ ବାନ୍ତି ପରି ସମସ୍ୟା ଦେଖାଯାଉଛି । ଏହାଛଡ଼ା ଜଣ୍ଡିସ ପରି ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଏଡିନୋ ଭାଇରସ ସଂକ୍ରମଣ ଏହି ରୋଗ ପାଇଁ ଦାୟୀ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ପାଖାପାଖି ୭୫ ପ୍ରତିଶତ ପିଲାଙ୍କ ଠାରେ ହେପାଟାଇଟିସ୍ ଥିବା ଜଣାପଡ଼ିଥିଲା ।

ଏହି ରହସ୍ୟମୟ ବିମାରୀର ଅନେକ ଲକ୍ଷଣ ଦେଖାଯାଉଛି । ସେଗୁଡ଼ିକ ମଧ୍ୟରେ ୧- ପରିସ୍ରା ହଳଦିଆ ପଡ଼ିବା, ୨- ହଳଦିଆ ବା ଧୂଷର ରଙ୍ଗର ମଳ ଆସିବା, ୩- ଚର୍ମ କୁଣ୍ଡାଇ ହେବା, ୪- ଭୀଷଣ ଥଣ୍ଡା ଲାଗିବା, ୫- ମାଂସପେଶୀ ଗଣ୍ଠିରେ ଯନ୍ତ୍ରଣା ଲାଗିବା, ୬- ଆଖି ବା ଚର୍ମ ହଳଦିଆ ପଡ଼ିବା, ୭- ରୋଗୀ ପରି ଅନୁଭବ କରିବା, ୮- ବିନା କାରଣରେ ଥକ୍କାପଣ, ୯- ପେଟରେ ଯନ୍ତ୍ରଣା, ୧୦- ଭୋକ ନ ଲାଗିବା ।

Get real time updates directly on you device, subscribe now.