fbpx

ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ କମିବ କି ବ୍ୟବଧାନ? ଚାଲିଛି ବିଚାର

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ସରକାର ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରିକସନ ଡୋଜ୍ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ବିଶେଷଜ୍ଞ ପ୍ୟାନେଲ ଏହି କଥାକୁ ନେଇ ବିଚାର ବମର୍ଶ କରୁଛନ୍ତି ଯେ କରୋନାର ଦ୍ୱିତୀୟ ଡୋଜ୍ ଏବଂ ପ୍ରିକସନ ଡୋଜ୍ ମଧ୍ୟରେ କେତେ ବ୍ୟବଧାନ ରହିବ । ବର୍ତ୍ତମାନ ଏହି ଅବଧି ୯ ମାସ ରହିଛି ।

କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍ ଏବଂ ପ୍ରିକସନ ଡୋଜ୍ ମଧ୍ୟରେ ବ୍ୟବଧାନକୁ ସଂଶୋଧିତ କରିବା ପାଇଁ ଅଧିକ ସମୟ ଲାଗିପାରେ । କାରଣ ଟିକାରକରଣକୁ ନେଇ ସରକାରଙ୍କ ବୈଷୟିକ ବିଶେଷଜ୍ଞ ପ୍ୟାନେଲର ସଦସ୍ୟମାନେ ଏପର୍ଯ୍ୟନ୍ତ ଏଥିରେ ସହମତି ପ୍ରକାଶ କରିନାହାଁନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ବିଶେଷଜ୍ଞମାନେ ୯ ମାସର ଅବଧିକୁ ଠିକ୍ ବୋଲି କହୁଥିବାବେଳେ କିଛି ଏହି ଅନ୍ତରକୁ ଅଧିକ ବୋଲି ଭାବୁଛନ୍ତି । ଏନେଇ ଆଗାମୀ ବୈଠକରେ ନିର୍ଣ୍ଣୟ ହୋଇପାରେ ।

ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲା ଅନେକ ସମୟରୁ ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ ୬ ମାସର ବ୍ୟବଧାନ ରଖିବାକୁ ଦାବି କରିଆସୁଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ୧୦ ଏପ୍ରିଲଠାରୁ ସବୁ ବୟସ୍କଙ୍କ ପାଇଁ ରାଷ୍ଟ୍ରୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଯାୟୀ ୧୦ ଜାନୁଆରୀଠାରୁ ପ୍ରିକସନ ଡୋଜ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.