fbpx

ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ନାଁରେ ଏତଲା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ନାଁରେ ଏତଲା କରିଛି ପୋଲିସ । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାଁରେ ଏତଲା ହୋଇଥିବା ଜଣାପଡିଛି । ଅନ୍ୟପଟେ ମହାରାଷ୍ଟ୍ର ରାଜ ଠାକରେଙ୍କୁ ଗିରଫ କରାଗଲେ ପରିଣତି ଭୟାନକ ହେବ ବୋଲି କହିଛନ୍ତି ଏମଏନଏସ ନେତା ।

ତେବେ ଧର୍ମାନୁଷ୍ଠାନରେ ଲାଉଡସ୍ପିକର ହଟାଇବା ପାଇଁ ଦାବି କରିଛନ୍ତି ରାଜ୍ । ଔରଙ୍ଗାବାଦରେ ଏକ ବଡ଼ ସମାବେଶରେ ଏନେଇ ରାଜ୍ ଆହ୍ୱାନ ଦେଇଥିଲେ । ଅନ୍ୟପଟେ ରାଜ ଠାକରେଙ୍କ ଚେତାବନୀ ପରେ ମଙ୍ଗଳବାର ଦିନ ସହରର ୮୦୩ ମସଜିଦରେ ଲାଉଡସ୍ପିକର ଲଗାଇବାକୁ ଅନୁମତି ଦେଇଛନ୍ତତି ପୋଲିସ କମିଶନର । ମସଜିଦ୍ ଦ୍ୱାରା ପ୍ରାୟ ୧,୧୪୪ ଆବେଦନ ଆସିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରାଜ ଠାକରେଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ପଶ୍ଚିମ ମହାରାଷ୍ଟ୍ରର ଏକ କୋର୍ଟ ତାଙ୍କ ନାଁରେ ଏହି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ କୌଣସି ବର୍ତ୍ତମାନର ଘଟଣା ପାଇଁ ନୁହଁ ବରଂ ଚଉଦ ବର୍ଷ ତଳର ଏକ ଘଟଣା ପାଇଁ ଏବେ ଏମିତି ୱାରେଣ୍ଟ ଜାରି ହୋଇଛି ।

Get real time updates directly on you device, subscribe now.