fbpx

ଡାକ ବିଭାଗରେ ୩୮ ହଜାରରୁ ଅଧିକ ପଦ ପାଇଁ ବିନା ପରୀକ୍ଷାରେ ବାହାରିଲା ନିଯୁକ୍ତି, ୧୦ ପାସ୍ ପ୍ରାର୍ଥୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଝାଡଖଣ୍ଡ, ଛତିଶଗଡ ଏବଂ ଅନ୍ୟାନ୍ୟ ସର୍କଲରେ ଥିବା ଡାକଘରେ ଗ୍ରାମୀଣ ଡାକ ସେବକ ପାଇଁ ବାହାରିଛି ଖାଲି ପଦବୀ । ଏହି ପଦବୀରେ ମୋଟ ୩୮,୯୨୬ ଜଣଙ୍କୁ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାର ଶେଷ ତାରିଖ ୫ ଜୁନ୍ ୨୦୨୨ ରହିଛି ।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ http://indiapostgdsonline.gov.in ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍ ହେବା ଆବଶ୍ୟକ ଓ ପ୍ରାର୍ଥୀ ଦଶମ ପାସ୍ କରିଥିବା ଜରୁରୀ ।

ଗ୍ରାମୀଣ ଡାକ ସେବା ପଦବୀ :-
ଜେନେରାଲ – ୧୭,୧୯୮ ପଦବୀ
ଓବିସି – ୭,୩୬୯ ପଦବୀ
ଇଡବ୍ଲୁଏସ – ୩,୮୬୭ ପଦବୀ ।
ଏସସି- ୫,୫୭୩ ପଦବୀ
ଏସଟି- ୩,୮୪୩ ପଦବୀ
ପିଡବ୍ଲୁଡି- ୧,୦୭୬ ପଦବୀ
ମୋଟ ପଦବୀ – ୩୮,୯୨୫

ଦରମା :-
ବ୍ରାଞ୍ଚ ପୋଷ୍ଟମାଷ୍ଟର – ୧୨,୦୦୦ ଟଙ୍କା ।
ସହକାରୀ ପୋଷ୍ଟମାଷ୍ଟର / ଡାକ ସେବକ – ୧୦,୦୦୦ ଟଙ୍କା ।

ଶିକ୍ଷାଗତ ଯୋଗ୍ୟତା :-
ପୋଷ୍ଟ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ପ୍ରାର୍ଥୀମାନେ ଦଶମ ଶ୍ରେଣୀ ହେବା ସହିତ ଆବେଦନର ଡାକ ସର୍କଲ ପାଇଁ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭାଷା ଉପରେ ନିର୍ଦ୍ଦେଶ ରଖିବା ଉଚିତ୍ । ପ୍ରାର୍ଥୀମାନେ ସେହି ଭାଷାରେ ଲେଖିବା, ପଢ଼ିବା ଏବଂ କଥା ହେବାରେ ସକ୍ଷମ ହେବା ଉଚିତ୍ ।

ବୟସ ସୀମା:-
ସର୍ବାଧିକ ବୟସ ସୀମା- ୪୦ ବର୍ଷ ।
ସର୍ବନିମ୍ନ ବୟସ ସୀମା – ୧୮ ବର୍ଷ ।

ଚୟନ ପ୍ରକ୍ରିୟା:-
ଯୋଗ୍ୟତା ତାଲିକା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଅନ୍ୟ କୌଣସି ପରୀକ୍ଷା ନିଆଯିବ ନାହିଁ ।

ଆବେଦନ ଶୁଳ୍କ:-
ସମସ୍ତ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । କିନ୍ତୁ ଅନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ସ୍ଥିର କରାଯାଇନି ।

 

Get real time updates directly on you device, subscribe now.