fbpx

ଗୋଟିଏ ଫଟୋରେ ସାରା ବ୍ରହ୍ମାଣ୍ଡ ଦର୍ଶାଇଲା ନାସା, ଜାରି ହେଲା ଆଶ୍ଚର୍ଯ୍ୟ କଲା ଭଳି ଫଟୋ

ନୂଆଦିଲ୍ଲୀ: ଆପଣ ଜାଣନ୍ତିକି ଏ ବ୍ରହ୍ମାଣ୍ଡ କେତେ ବଡ଼ ବ୍ରହ୍ମାଣ୍ଡରେ କଣ ସବୁ ରହିଛି । ବର୍ତ୍ତମାନ ବ୍ରହ୍ମାଣ୍ଡକୁ ନେଇ ନାସା ଏକ ଫଟୋ ଜାରି କରିଛି । ଏହାକୁ ନାସା ଦୃଶ୍ୟମାନ ବ୍ରହ୍ମାଣ୍ଡ ଅର୍ଥାତ୍‌ ଅବଜରଭେବଲ୍‌ ୟୁନିଭର୍ସ ବୋଲି କହିଛି । ଏହି ଗୋଟିଏ ଚିତ୍ର ତିଆରି କରିବା ପାଇଁ, ଅନେକ ଟେଲିସ୍କୋପ, ରେଡିଓ ଟେଲିସ୍କୋପ, ରାଡାର, ସ୍ପେସ୍‌ ଟେଲିସ୍କୋପର ସାହାଯ୍ୟ ନିଆଯାଇଛି ବୋଲି କହିଛି ନାସା ।ଦୃଶ୍ୟମାନ ବ୍ରହ୍ମାଣ୍ଡର ଆକାର ଯଥା ପର୍ଯ୍ୟବେକ୍ଷଣ ଯୋଗ୍ୟ ବ୍ରହ୍ମାଣ୍ଡ ହେଉଛି ୨୮.୫ ଗିଗାପର୍ସେକ୍‌ । ତାହା ହେଉଛି ୯୩ ବିଲିୟନ ଆଲୋକ ବର୍ଷ ।

ଯଦି ଆମେ ଏହାକୁ ଅଧିକ ସରଳ ଭାଷାରେ ରଖିବା, ତେବେ ୯୩୦୦ ନିୟୁତ ଆଲୋକ ବର୍ଷ ହେଉଛି ବ୍ରହ୍ମାଣ୍ଡର ଆକାର । ଏଥିମଧ୍ୟରୁ ବୈଜ୍ଞାନିକମାନେ ପ୍ରାୟ ୧୪.୨୬ ଗିଗାପର୍ସେକ୍ସର ଦୂରତାଦେଖିଛନ୍ତି । ଅର୍ଥାତ୍‌ ପ୍ରାୟ ୪୬୫୦ ନିୟୁତ ଆଲୋକ ବର୍ଷ ଦୂରତା ଥିବା ସେ କହିଛନ୍ତି । ବ୍ରହ୍ମାଣ୍ଡକୁ ମାନଚିତ୍ରରେ ରଖାଯିବାକୁ ନେଇ ୬ଟି ବଡ଼ ଆକାରର ସର୍ଭେ କରାଯାଇଛି । ଯାହା ଦର୍ଶାଏ ଯେ, ଏହା ଭିତରେ ୩୦ରୁ ୨୦୦ ମେଗାପାକର ପର୍ଯ୍ୟନ୍ତ ଆକୃତି ଅଛି । ଏହାରି ଭିତରେ ଅନ୍ତରୀକ୍ଷରେ ମଧ୍ୟ ପ୍ରାଚୀର ରହିଛି । ତାହା ସହ ଆକାଶଗଙ୍ଗା ରହିବା ସହ ଅନ୍ୟାନ୍ୟ କିଛି ଗ୍ରହ ରହିଥିବା ମଧ୍ୟ କହଛି ନାସା ।

Get real time updates directly on you device, subscribe now.