fbpx

ଆଉ ଅଭିଭାବକଙ୍କ ଉପରେ ଚାପ ପକାଇ ପାରିବେନି ବେସରକାରୀ ସ୍କୁଲ: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ବେସରକାରୀ ସ୍କୁଲମାନଙ୍କ ମନମାନୀ ପାଇଁ କଡା ନିଷ୍ପତ୍ତି ନେଇଛନ୍ତି ଦିଲ୍ଳୀ ସରକାର । ପାଠ ପଢୁଥିବା ପିଲାମାନଙ୍କ ଅଭିଭାବକମାନଙ୍କୁ ନିଜ ଦୋକାନରୁ ବହି କିମ୍ବା ୟୁନିଫର୍ମ କିଣିବା ପାଇଁ ବାଧ୍ୟ କରି ପାରିବେନି ସ୍କୁଲ ପ୍ରଶାସନ । ଏହାସହିତ କୌଣସି ୟୁନିଫର୍ମରେ ରଙ୍ଗ କିମ୍ବା ଡିଜାଇନରେ ତିନି ବର୍ଷ ପୂର୍ବରୁ ପରିବର୍ତ୍ତନ ଆଣିପାରିବେ ନାହିଁ । ଏ ନେଇ ଦିଲ୍ଳୀର ଶିକ୍ଷା ନିର୍ଦ୍ଦେଶକ ହିମାଂଶୁ ଗୁପ୍ତା ଆଦେଶ ଜାରି କରିଛନ୍ତି ।

ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଜାରି ହୋଇଥିବା ଏହି ଆଦେଶକୁ ଡେପୁଟି ସିଏମ ଏବଂ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟା ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସ୍କୁଲ ପ୍ରଶାସନ ଏବେ ଅଭିଭାବକଙ୍କ ଉପରେ କୌଣସି ପ୍ରକାର ଚାପ ପକାଇ ପାରିବେ ନାହିଁ । ତେବେ ସ୍କୁଲ ନିକଟରେ ଅତି କମରେ ୫ଟି ଦୋକାନର ସୂଚୀ ଦିଆଯିବ । ଯେଉଁଥିରୁ ବହି ଏବଂ ଡ୍ରେସ କିଣାଯାଇ ପାରିବ । ଅଭିଭାବକମାନେ ସେମାନଙ୍କ ପସନ୍ଦ ଅନୁସାରେ ଯେକୌଣସି ଦୋକାନରୁ ଏସବୁ କିଣିପାରିବେ ।

द‍िल्‍ली के ड‍िप्‍टी सीएम और श‍िक्षा मंत्री मनीष स‍िसोद‍िया (Manish Sisodia) ने ट्वीट क‍िया है. (Screenshot- Twitter Manish Sisodia)

ତେବେ ଏହି ଆଦେଶର ଅବମାନନା କରୁଥିବା ସ୍କୁଲ ଗୁଡିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି । ଏହା ଫଳରେ ଅଭିଭାବକମାନଙ୍କ ଉପରେ ବହି ଏବଂ ଡ୍ରେସ କିଣିବା ଚାପର ବୋଝ କମିବ । ରାଜ୍ୟରେ ଥିବା ମୋଟ ୨୫୦୦ ବେସରକାରୀ ସ୍କୁଲଗୁଡିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।

Get real time updates directly on you device, subscribe now.