ପାକିସ୍ତାନରୁ ଆସିଥିବା ବୋମାରେ ଦେଶର ଅନେକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ: ଖାଲିସ୍ତାନୀ ଆତଙ୍କବାଦୀର ଖୁଲାସା

ନୂଆଦିଲ୍ଲୀ : ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ଲଗାଯିବା ସହ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ଚାଲିଥିଲା । କର୍ଣ୍ଣାଲରୁ ଧରାପଡିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏନେଇ ଖୁଲାସା କରିଛି । ପାକିସ୍ତାନରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀ ରିନ୍ଦା ସହ ସମ୍ପର୍କରେ ରହିଥିବା ଏହି ଆତଙ୍କବାଦୀ ଅନେକ ରାହସ୍ୟ ଉପରୁ ପରଦା ଉଠାଇଛି । ଏହି ଷଡଯନ୍ତ୍ର ଆଇଏସଆଇ ଦ୍ୱାରା ରଚାଯାଇଥିଲା ।

କର୍ଣ୍ଣାଲରୁ ଧରାପଡିଥିବା ଫେରୋଜପୁରର ବାସିନ୍ଦା ଆତଙ୍କବାଦୀ ଗୁରୁପ୍ରୀତ କହିଛି ଯେ, ନନ୍ଦେଡ ପରେ ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ତେଲେଙ୍ଗାନାରେ ବି ପହଞ୍ଚିସାରିଛି । ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି କି, ଗୁରୁପ୍ରୀତ ଥରେ ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସମାଗ୍ରୀ ଓ ଅସ୍ତ୍ରଶସ୍ତ୍ର ହାଇଦ୍ରାବାଦର ତେଲେଙ୍ଗାନାରେ ପହଞ୍ଚାଇସାରିଛି ।

ତେବେ ଆତଙ୍କବାଦୀ ରିନ୍ଦା ର ନନ୍ଦେଡା ସହ ଜଣେ ବ୍ୟକ୍ତି ଜଡ଼ିତ ଥିଲା, ଯାହାକୁ ମହାରାଷ୍ଟ୍ରରେ ନନ୍ଦେଡା ପରେ ତେଲେଙ୍ଗାନାକୁ ଟାର୍ଗେଟ କରିବାକୁ କୁହାଯାଇଥିଲା । ପଚରାଉଚରା ପରେ ଜଣାପଡିଛି ଯେ, ଆତଙ୍କବାଦୀ ରିନ୍ଦାର ନିର୍ଦ୍ଦେଶରେ ପାକିସ୍ତାନର ଏଜେନ୍ସି ଆଇଏସଆଇ ଭାରତରେ ବହୁ ଟଙ୍କା ଖର୍ଚ୍ଚ କରୁଛି । ଭାରତର ଅନେକ ସ୍ଥାନରେ ବିସ୍ଫୋରଣ, ଆତଙ୍କବାଦୀ ଆକ୍ରମଣ କରିବାକୁ ରିନ୍ଦା ଷଡ଼ଯନ୍ତ୍ର କରୁଛି ପୋଲି ନନ୍ଦେଡ କହିଛି ।