fbpx

Jio-Airtel-Vi-BSNL ର ଚିନ୍ତା ବଢ଼ାଇବ ଏହି କମ୍ପାନୀ ! ମାତ୍ର ୪୯ ଟଙ୍କାରେ ୧୮୦ ଦିନର ବୈଧତା ସହ ମିଳୁଛି ଅନେକ ସୁବିଧା

ନୂଆଦିଲ୍ଲୀ: Reliance Jio, Airtel, Vodafone Idea ଓ BSNL ନିଜ ଗ୍ରାହକଙ୍କ ପାଇଁ ସାନଦାର୍ ଯୋଜନା ଅଫର୍ କରୁଛି । ସେମାନଙ୍କ ପାଖରେ କମ୍ ଟଙ୍କାର ପ୍ଲାସ ସହ ମହଙ୍ଗା ପ୍ଲାନ୍ ବି ରହିଛି । ପ୍ଲାନକୁ ନେଇ ୪ କମ୍ପାନୀ ମଧ୍ୟରେ ଖୁବ୍ ଟକ୍କର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଆମେ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହାକି ଅନ୍ୟ ଏକ ଟେଲିକମ୍ କମ୍ପାନୀର ହୋଇଥିବା ତାହା ଏସମସ୍ତ କମ୍ପାନୀକୁ ମାତ୍ ଦେବ ।

ଏହା ହେଉଛି MTNLର ୪୯ ଟଙ୍କିଆ ପ୍ଲାନ୍ । ଏହି ପ୍ଲାନରେ କମ୍ ଟଙ୍କା ଅଧିକ ଦିନର ବୈଧତା ମିଳୁଛି । ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ…

MTNLର ୪୯ ଟଙ୍କିଆ ପ୍ଲାନରେ ୧୮୦ ଦିନର ବୈଧତା ମିଳିଥାଏ । ଏଥିରେ, ଉପଭୋକ୍ତାମାନଙ୍କୁ ୬୦ ଟି ଲୋକାଲ୍ ମିନିଟ୍ ଏବଂ ୨୦ ଟି ଏସଟିଡି ମିନିଟ୍ ଦିଆଯିବ । କଲ୍ ଚାର୍ଜ ବିଷୟରେ କହିବାକୁ ଗଲେ, ଏହା ପ୍ରତି ସେକେଣ୍ଡରେ ପଇସା ହାରରେ ½ ପଇସା ଏବଂ ସେକେଣ୍ଡରେ ୧ ପଇସା ହାରରେ ଚାର୍ଜ ଦେବାକୁୁ ପଡିବ ।ଏସଏମଏସ ଚାର୍ଜ ଲୋକାଲ୍ ପାଇଁ ୦.୫୦ ପଇସା, ନ୍ୟାସନାଲ ପାଇଁ ୧.୫୦ ଟଙ୍କା ଓ ଇଣ୍ଟରନ୍ୟାସନାଲ ପାଇଁ ୫ ଟଙ୍କା ରହିଛି ।

MTNLର ଏହି ପ୍ଲାନ ଆଗରେ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସଏନଏଲର କୌଣସି ବି ଯୋଜନା ଟକ୍କର ଦେଇପାରିବ ନାହିଁ । କାରଣ ଏହି ୪ କମ୍ପାନୀ ପାଖରେ ଏତେ ଶସ୍ତା ପ୍ଲାନ ନାହିଁ, ଯେଉଁଥିରେ ୧୮୦ ଦିନର ବୈଧତା ମିଳିବ ।

Get real time updates directly on you device, subscribe now.