fbpx

‘ଗୁଡ୍ ବାଏ କଂଗ୍ରେସ’, ଫେସବୁକ୍ ଲାଇଭରେ କଂଗ୍ରେସକୁ ଅଲବିଦା କଲେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ

ନୂଆଦିଲ୍ଲ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖର କଂଗ୍ରେସକୁ ବାଏ ବାଏ କରିଛନ୍ତି । ବିଧାନସଭା ନିର୍ବାଚନ ସମୟରୁ ଦଳ ସହିତ ସୁନୀଲଙ୍କର ମତଭେଦ ସୃଷ୍ଟି ହୋଇଥିଲା । ଦଳ ଛାଡ଼ିବା ପାଇଁ ଆଜି ସୁନୀଲ ଫେସବୁକ ଲାଇଭରେ ଘୋଷଣା କରିଛନ୍ତି । ‘ଗୁଡ୍ ବାଏ କଂଗ୍ରେସ’ କହି ସୁନୀଲ ଦଳ ଛାଡ଼ୁଥିବା ସୂଚନା ଦେଇଥିଲେ । କଂଗ୍ରେସର ଚିନ୍ତନ ଶିବରକୁ ନେଇ ସୁନୀଲ ସମାଲୋଚନା କରିଥିଲେ ।

ଫେସବୁକ୍ ଲାଇଭ୍ ଅବସରର ସୁନୀଲ କହିଥିଲେ ଯେ, କଂଗ୍ରେସ ଚିନ୍ତନ ଶିବିର କେବଳ ଏକ ଔପଚାରିକତା ଥିଲା । ବାସ୍ତବରେ କଂଗ୍ରେସକୁ ଚିନ୍ତା ଶିବିରର ଆବଶ୍ୟକତା ରହିଛି । ନିକଟରେ ସମାପ୍ତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୯୦ଟି ସିଟରେ କଂଗ୍ରେସ ୨ ହଜାର ଲେଖାଏଁ ଭୋଟ ପାଇଥିଲା । ଗୋଆ-ଉତ୍ତରାଖଣ୍ଡରେ ଦଳ ଜିତି ପାରିନଥିଲା । ଦେଶରେ କଂଗ୍ରେସ ସ୍ଥିତି ନୈରାଶ୍ୟଜନକ ରହିଥିବା ବେଳେ ଏହାକୁ ନେଇ ଚିନ୍ତା କରିବା ଦରକାର ।

ତେବେ ଲାଇଭ ଅବସରରେ ସୁନୀଲ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ । ଏଥିସହିତ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କୁ ଟାର୍ଗେଟ୍ କରିଥିଲେ ସୁନୀଲ । ସୂଚନାଯୋଗ୍ୟ ଯେ, ସୁନୀଲଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗତ ମାସ ୨୬ ତାରିଖରେ ୨ ବର୍ଷ ପାଇଁ ସସପେଣ୍ଡ କରିଦେଇଥିଲା ।

Get real time updates directly on you device, subscribe now.