fbpx

ଗହମ ରପ୍ତାନୀ ବ୍ୟାନ ନିଷ୍ପତ୍ତିକୁ ନେଇ କୃଷକ ସଂଗଠନର ଅସନ୍ତୋଷ ଜାହିର: ଏମିତି ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗହମର ଦରବୃଦ୍ଧି ଯୋଗୁଁ ଏହାର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କୃଷକ ସଂଗଠନ ଭାରତ କୃଷକ ସମାଜ । ଏହି ନିଷ୍ପତ୍ତିକୁ ଏକ ପ୍ରକାର ଅପ୍ରତ୍ୟକ୍ଷ କର ଲଗାଇବା ସହ ସମାନ ବୋଲି କହିଛନ୍ତି ସଂଗଠନର ଅଧ୍ୟକ୍ଷ ଅଜୟ ବୀର ଜାଖଡ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗହମ ଦରରେ ହେଉଥିବା ବୈଶ୍ୱିକ ବୃଦ୍ଧିର ଫାଇଦା ପାଇପାରିବେ ନାହିଁ ।

ଭାରତର ଗହମ ରପ୍ତାନୀ ଉପରେ ବ୍ୟାନ ଲଗାଯିବା ନିଷ୍ପତ୍ତିକୁ ଏକ ପ୍ରକାର ଅପ୍ରତ୍ୟକ୍ଷ କର ବେଲି ମତ ଦେଇଛନ୍ତି । ଯାହା ଫସଲର ଦରଦାମ ମଧ୍ୟ କମିଯିବା ସହିତ କୃଷକମାନଙ୍କୁ ବର୍ଦ୍ଧିତ ଦରର ଲାଭ ମଧ୍ୟ ହାସଲ ହୋଇପାରେ ନାହିଁ । ରପ୍ତାନୀରେ ବ୍ୟାନ ଲାଗିବା ପରେ ଷ୍ଟକ କରି ରଖିଥିବା ଗହମ ଏବେ ଚାଷୀମାନେ ଉପଲବ୍ଧ କରିବେ । ଏହି ଭଳି କିଛି ଅଚାନକ ପ୍ରତିବନ୍ଧକଗୁଡିକ ପାଇଁ ବଜାର ଉପରେ କୃଷକ ସମାଜ ବିଶ୍ୱାସ କରି ପାରୁନାହାନ୍ତି ବୋଲି କହିଛନ୍ତି ଅଜୟ ବୀର ଜାଖଡ । ଗୋଟିଏ ପଟେ ସଂଯୁକ୍ତ ରାଷ୍ଟ୍ର ଏପରି କିଛି ପଦକ୍ଷେପ ନେବାକୁ ଅପିଲ କରୁଥିବା ବେଳେ ଭାରତର ଏ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଦେଶରେ ଗହମ ଏବଂ ଅଟାର ଦରବୃଦ୍ଧି ସମସ୍ୟାକୁ ଦୂର କରିବା ପାଇଁ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଚୀନ ପରେ ଭାରତ ହେଉଛି ବିଶ୍ୱର ସର୍ବାଧିକ ଗହମ ଉତ୍ପାଦନକାରୀ ଦେଶ । କିନ୍ତୁ ଜଳବାୟୁ ପରିବର୍ତ୍ତନ ଫଳରେ ଫସଲ ଖୁବ ପ୍ରଭାବିତ ହୋଇଛି । ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ବିଭିନ୍ନ ଦେଶକୁ ରପ୍ତାନୀ କରିବାରେ ଅସୁବିଧା ଦେଖାଦେଉଛି । ଗହମ ଉତ୍ପାଦନ୧୧୧.୩୨ ମିଲିୟନ ଟନରୁ ୫.୭ ପ୍ରତିଶତ ହ୍ରାସ ପାଇ ୧୦୫ରେ ପହଞ୍ଚିଛି । ଗତବର୍ଷ ଭାରତ ୭୦ଲକ୍ଷ ଗହମ ରପ୍ତାନୀ କରିଥିବା ବେଳେ ଚଳିତ ବର୍ଷ ୧୦ ମିଲିୟନ ଟନ ରପ୍ତାନୀର ଲକ୍ଷ୍ୟ ରହିଥିଲ ।

Get real time updates directly on you device, subscribe now.