ପ୍ରେମରେ ଏହି ରାଶିର ଯୋଡ଼ିକୁ କେହି ବି ଭାଙ୍ଗିପାରନ୍ତି ନାହିଁ !

ଆପଣ କାହାକୁ ବି ନିଜ ପାର୍ଟନର କରିବା ପୂର୍ବରୁ ସବୁଦିନ ପ୍ରତି ଧ୍ୟାନ ଦିଅନ୍ତି । କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ, ପାୱରଫୁଲ କପଲ୍ ହେବାରେ ରାଶିର ବଡ଼ ଯୋଗଦାନ ରହିଛି । ସବୁ ରାଶି ଜଣେ ଆଉ ଜଣଙ୍କର ପ୍ରେମ ଜୀବନକୁ ପ୍ରଭାବିତ କରିଥାଏ । ଯଦି ଆପଣଙ୍କର ଓ ଆପଣଙ୍କ ସାଥିର ରାଶି ଜଣେ ଆଉ ଜଣଙ୍କ ସହିତ କମ୍ଫଟେବଲ ଅଛି ତାହେଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖରେ କଟିବ ।

ଯଦି ଜଣଙ୍କର ଆଉ ଜଣଙ୍କ ରାଶି ସହିତ ଭଲ ପଟିଥାଏ ତାହେଲେ ବହୁତ ଭଲ ସମ୍ପର୍କ ତିଆରି ହୋଇଥାଏ । ଆଜି ଆମେ କହିବୁ କେଉଁ ରାଶି ଜଣେ ଆଉ ଜଣଙ୍କ ସହ କମ୍ଫଟେବଲ ରହିଥାଏ । ସେହି ରାଶି ମାନଙ୍କର ଦାମ୍ପତ୍ୟ ଜୀବନ ବହୁତ ସୁଖଦ ହୋଇଥାଏ । ପ୍ରଥମେ ଆମେ ଆଲୋଚନା କରିବା ମିଥୁନ ଓ ତୁଳା ରାଶି ବିଷୟରେ ।

ମିଥୁନ -ତୁଳା

ଏହି ରାଶିର କପଲ ଜଣେ ଆଉ ଜଣଙ୍କ ସହିତ ବହୁତ ଭଲ ସମ୍ପର୍କ ରହିଥାଏ, ସେ ଫିଜିକାଲି ହେଉକି ମେଣ୍ଟାଲି । ଏହି ଦୁଇ ରାଶିର ଲୋକ ଦୁଇଜଣ ଦୁଇଜଣଙ୍କର ଭାବନାକୁ ବହୁତ ଭଲରେ ବୁଝି ପାରିଥାନ୍ତି । ଦୁଇଜଣ ଦୁଇଜଣଙ୍କର ଭାବନାର ପୁରା ଯତ୍ନ କରିଥାନ୍ତି ।

ସିଂହ – ତୁଳା

ଏହି ଦୁଇରଶିର ଲୋକଙ୍କୁ ସୋସିଆଲି କନେକ୍ଟ କରିବାକୁ ପସନ୍ଦ ଅଟେ । ବିଚାର ମିଶିବ ଦ୍ୱାରା ଏହି ଲୋକ ଜୀବନ ସାରା ଦୁଇ ଜଣ ଦୁଇଜଣଙ୍କ ସହିତ ରହିଥାନ୍ତି ।

ମେଶ – କୁମ୍ଭ

ଏହି ରାଶିର ଲୋକଙ୍କୁ ଏଡଭେଞ୍ଚର କରିବା ପସନ୍ଦ ହୋଇଥାଏ ଓ ସେ ସବୁ ସମୟରେ ଦୁଇଜଣ ଦୁଇଜଣଙ୍କ ସାଥିରେ ରହିବା ପସନ୍ଦ କରିଥାନ୍ତି ।

ବୃଷ – ବିଛା

ଏହି ଦୁଇ ରାଶି ଭିତରେ ଲିଡର ଶିପକୁ ନେଇ କେବେ କିଛି ଝଗଡା ହୋଇନଥାଏ । ଏହି ଦୁଜାନ ଦୁଇଜଣଙ୍କର ନିଷ୍ପତିକୁ ସନମାନ ଦେଇଥାନ୍ତି ।

ବୃଷ – କନ୍ୟା

ଏହି ଦୁଇ ରାଶିର ଲୋକଙ୍କ ପାଇଁ ଘର, ପରିବାର, ଓ ସ୍ଥିରତା ମହତ୍ୱ ପୂର୍ଣ ହୋଇଥାଏ । ଯାହା ଦ୍ୱାରା ଏମାନଙ୍କ ଭିତରେ ବହୁତ ଭଲ ବୁଝାମଣା ରହିଥାଏ ।

ସିଂହ – ଧନୁ

ଧନୁ ରାଶି ଲୋକଙ୍କ ସିଂହ ରାଶିଙ୍କ ଆତ୍ମା ବିଶ୍ୱାସ ବହୁତ ପସନ୍ଦ ହୋଇଥାଏ ଓ ଏହି ଦୁଇଜଣ ସମୟ ସମୟରେ ଦୁଇଜଣ ଦୁଇଜଣଙ୍କୁ ସପୋଟ କରିଥାନ୍ତି ।

ମକର – କନ୍ୟା

ଏହି ରାଶି ଦୁଇଜଣ ଦୁଇଜଣଙ୍କ ପ୍ରତି ବହୁତ ଇମାନ୍ଦାରହୋଇଥାନ୍ତି ଓ ସେ କେବେମିଛ କୁହନ୍ତି ନହିଁ । ଏହା ଦ୍ୱାରା ତାଙ୍କ ସମ୍ପର୍କ ବହୁତ ମଜଭୁତ ହୋଇଥାଏ ।