fbpx

ରାଜ୍ୟସଭା ନିର୍ବାଚନ: ବିଜେଡି ନେଲା ୧୨ ସେଟ୍ ଫର୍ମ

ଭୁବେନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜୁ ଜନତା ଦଳ ବା ବିଜେଡି । ବିଜେଡି ପକ୍ଷରୁ ଫର୍ମ ନେଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ଉପନିର୍ବାଚନ ପାଇଁ ଅନ୍ୟ ଜଣେ ବ୍ୟକ୍ତି ଦୁଇ ସେଟ ଫର୍ମ ନେଇଛନ୍ତି । ତେବେ ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବାର ସମୟ ରହିଛି । ୨ ଜୁନ୍ ନାମାଙ୍କନର ଶେଷ ତାରିଖ ରହିଛି । ୩ ଯାଞ୍ଚ ଓ ୬ଜୁନ୍ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୩ ତାରିଖରେ ଉପ-ନିର୍ବାଚନ ହେବ । ତେବେ ସାଂସଦ ପଦରୁ ସୁବାସ ସିଂଙ୍କ ଇସ୍ତଫା ପରେ ରାଜ୍ୟସଭା ଖାଲି ପଡିଛି ।

Get real time updates directly on you device, subscribe now.