fbpx

(Video) ମଣିଷରୁ କୁକୁର ପାଲଟିଗଲେ ବ୍ୟକ୍ତି, ଖର୍ଚ୍ଚ କଲେ ୧୨ ଲକ୍ଷ…

ଦୁନିଆରେ ଏମିତି ମଣିଷ ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଆପଣ ଦେଖିଥିବେ ଅନେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜକୁ ବଦଳାଇ ଥାଆନ୍ତି । ହେଲେ କେହି କେବେ ମଣିଷରୁ ପଶୁ ହେବା କଥା ଜାଣିଛନ୍ତି କି ? ହଁ ଏଭଳି ଅବାସ୍ତବକୁ ବାସ୍ତବ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ଆଉ ତାଙ୍କର ରୂପ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ।

ମଣିଷରୁ କୁକୁର ପାଲଟିଗଲେ ଜଣେ ବ୍ୟକ୍ତି… ଆଜ୍ଞା ହଁ କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଘଟଣାଟି ମଧ୍ୟ ସେତିକି ଅବାସ୍ତବ । କିନ୍ତୁ ଏହି ଅବାସ୍ତବକୁ ବାସ୍ତବ କରି ଦେଖାଇଛନ୍ତି ଜାପାନର ଜଣେ ବ୍ୟକ୍ତି । କୁକୁରଙ୍କୁ ଭଲପାଉଥିବା ବ୍ୟକ୍ତି ଆଜି କୁକୁର ହୋଇଯାଇଛନ୍ତି ।

ଜାପାନର ତୋକୋ ନାମକ ଜଣେ ବ୍ୟକ୍ତି କକୁର ରୂପରେ ନିଜକୁ ପରିବର୍ତ୍ତନ କରିଛନ୍ତି । ଆଉ ଏମିତି ମଣିଷରୁ କୁକୁର ହେବାର ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟକ୍ତି ଜଣକ କୁକୁରଙ୍କୁ ଖୁବ୍ ଭଲପାଆନ୍ତି । ଆଉ ତାଙ୍କ ଏହି ଭଲପାଇବା ଏପରି ମାତ୍ରାରେ ବଢ଼ିଯାଇଥିଲା ଯେ ସେ କୁକୁରଙ୍କ ଭଳି ବଞ୍ଚିବାକୁ ଚାହିଥିଲେ । ଆଉ ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଜି ନିଜକୁ କୁକୁର କରିଦେଇଛନ୍ତି । ଏବେ ସେ ଏହିଭଳି ଜୀବନ ବିତାଉଛନ୍ତି  ।

ନିଜ ସ୍ୱପ୍ନକୁ ପୁରା କରିବା ପାଇଁ ସେ ନିଜର ରୂପ ବଦଳାଇବା ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳାକୁ ଯାଇ ନିଜ ପାଇଁ ଏକ ବାସ୍ତବ କୁକୁର ପୋଷାକ ତିଆରି କରିବାକୁ କହିଥିଲେ । ଏହାକୁ ପିନ୍ଧିବା ପରେ କୌଣସି ମଣିଷ ତାଙ୍କୁ ଚିହ୍ନି ପାରି ନଥିଲେ, କାରଣ ସେ ଏକଦମ କୁକୁର ପରି ଦେଖାଯାଉଥିଲେ । ତୋକୋଙ୍କ ଏହି ପୋଷାକ ଏତେ ଜବରଦସ୍ତ ଯେ ଏହାକୁ ପିନ୍ଧିବା ପରେ ସେ କୌଣସି ସ୍ଥାନରୁ ମଣିଷ ପରି ମନେ ହୁଏ ନାହିଁ ।

କମ୍ପାନୀ କହିଛି ଯେ ଏହି ପୋଷାକ ତିଆରି କରିବା ପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଲା, କାରଣ ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଏବଂ ତୋକୋ ଚାହୁଁଥିଲେ ଯେ ସେ ଏହି ପୋଷାକ ପିନ୍ଧିବା ପରେ ସଂପୂର୍ଣ୍ଣ କୁକୁର ପରି ଦେଖାଯିବେ  । ଏହି ପୋଷକ କରିବା ପାଇଁ ପ୍ରାୟ ୪୦ ଦିନ ଲାଗିଥିଲା । ଏହା ପରେ ସେ ଏହି କୁକୁର ପୋଷାକ ପିନ୍ଧିଥିଲେ । ପୁଣି ସଂପୂର୍ଣ୍ଣ କୁକୁର ପରି ଜୀବନ ମଧ୍ୟ ବିତାଉଛନ୍ତି ।

Get real time updates directly on you device, subscribe now.