fbpx

ଏଣିକି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ: ନିୟମ ନ ମାନିଲେ ୧୦ ହଜାର ଫାଇନ୍, ପରିବହନ ବିଭାଗ ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଏଣିକି ଆପଣମାନେ ନିଜର ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବାକୁ ବାଧ୍ୟତାମୂଳକ । ଯିଏ ଏହି ଆଇନ ନ ମାନିବ, ସିଏ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ ଗଣିବ । ଗତ ୨୦୧୯ ମସିହା ପରର ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ ରହିଛି । ମାତ୍ର ୨୦୧୯ ପୂର୍ବର ପୁରୁଣା ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ନାହିଁ । ତେଣୁ ନୂଆ ନମ୍ବର ପ୍ଲେଟ୍ ଲଗାଇବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି ।

ତେବେ ଜଣାପଡ଼ିଛି ଯେ, ରାଜ୍ୟରେ ଏହି ନମ୍ବର ପ୍ଲେଟ୍ ପ୍ରଦାନକାରୀ ୪ଟି ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସୋସାଇଟି ଅଫ୍ ଇଣ୍ଡିଆନ ଆଟୋମୋବାଇଲ ମାନୁଫ୍ୟାକଚର୍ସ (ଏସଆଇଏଏମ) ପୋର୍ଟାଲାକୁ ଯିବାକୁ ପଡ଼ିବ । ଏଚଏସଆରପି ନମ୍ବର ପ୍ଲେଟ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ ଓ ତା’ର ବ୍ରାଞ୍ଚ କେଉଁଠି ଅଛି ସେ ବାବଦରେ ସମସ୍ତ ତଥ୍ୟ ଆବେଦନ ସମୟରେ ଜଣାପଡ଼ିବ । ଗାଡ଼ି ଚାଳକମାନେ ନିଜର ସୁବିଧା ଅନୁଯାୟୀ ଯେ କୌଣସି ସଂସ୍ଥାକୁ ବାଛି ପାରିବେ ।

ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନ୍ୟ ରାଜ୍ୟର ଗାଡ଼ିର ଏଚଏସଆରପି ଓଡ଼ିଶାରେ ମିଳିବ ନାହିଁ । ତେବେ ଯେଉଁମାନେ ଏହି ନମ୍ବର ପ୍ଲେଟ୍ ବ୍ୟବହାର କରିବେ ନାହିଁ, ସେମାନଙ୍କ ଉପରେ ୫ ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଲାଗୁ ହେବ । ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟଠାରୁ ଭିନ୍ନ ହୋଇଥିବା ବେଳେ ଏଥିରେ ଗାଡ଼ିର ସମସ୍ତ ବିବରଣୀ ରହିଥାଏ ।

Get real time updates directly on you device, subscribe now.