fbpx

ଭାଙ୍ଗିଗଲା ବର୍ଷ ବର୍ଷର ପରମ୍ପରା, ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଭାଙ୍ଗିଗଲା ବର୍ଷ ବର୍ଷର ପରମ୍ପରା। ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ। ସେବାୟତଙ୍କ ଜିଦ୍ ଆଗରେ ବର୍ଷ ବର୍ଷ ଚାଲି ଆସିଥିବା ପରମ୍ପରା ବନ୍ଦ ହୋଇଯାଇଛି। ଲିଙ୍ଗରାଜଙ୍କ ବିବାହରେ କପିଳେଶ୍ୱରଙ୍କ ଆଗମନ ନେଇ ଆଗରୁ ବିବାଦ ରହିଥିଲା। ଏହି ମାମଲା କୋର୍ଟରେ ବିଚାରଧିନ ରହିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ। ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ୟ ସମାପନ୍ନ ହୋଇ ପାରିନାହିଁ। ଯେଉଁଥିପାଇଁ ୪୪ ଦିନ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ
ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ କପିଳେଶ୍ୱରଙ୍କ ସେବା ପାଇଁ ଦୁଇ ସେବାୟତ ସମୁହ ମଧ୍ୟରେ ବିବାଦ ରହିଥିଲା। ମଲିଆ ସେବାୟତ ନୁହେଁ ଖୁଣ୍ଟିଆ ସେବାୟତ କପିଳେଶ୍ୱରଙ୍କ ନୀତିକାନ୍ତି କରିବାକୁ ଦାବି ଉଠିଥିଲା। ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗର ବୈଠକରେ ନିଷ୍ପତି ନିଆଯାଇଥିଲା। ତଥାପି ଏହି ମାମଲାରେ କୌଣସି ନିର୍ଯ୍ୟାସ ନବାହାରିବାରୁ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ବନ୍ଦ ହୋଇଛି।

Get real time updates directly on you device, subscribe now.