fbpx

ମହିଳା ଜନ୍ମ ଦେଲେ ଏଲିୟନ ଭଳି ଶିଶୁ ! ଜାଣନ୍ତୁ କ’ଣ ପ୍ରକୃତ ସତ…

ମଧ୍ୟପ୍ରଦେଶର ରତ୍ଲାମରେ ଏକ ଏଲିୟନ ସଦୃଶ ଶିଶୁର ଜନ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ମାତୃ ଓ ଶିଶୁ ମେଡିକାଲ ୟୁନିଟ୍ (ଏମସିଏଚ) ରେ ଯେତେବେଳେ ଜଣେ ମହିଳା ଜଣକ ଏକ ଅଜବ ଚେହେରା ଥିବା ସନ୍ତାନକୁ ଜନ୍ମ ଦେଇଥିଲେ ତାହାକୁ ନେଇ ଆତଙ୍କ ଖେଳିଯାଇଥିଲା । ଏଲିୟନ ଭଳି ଦେଖାଯାଉଥିବା ଶିଶୁର ଆଙ୍ଗୁଠି ଏବଂ ଯୌନାଙ୍ଗ ମଧ୍ୟ ବିକଶିତ ହୋଇନାହିଁ  । ଚର୍ମ ନଥିବାରୁ ଅଙ୍ଗଗୁଡ଼ିକ ଫୁଲି ଯାଇଥିଲା ଏବଂ ସଂକ୍ରମଣ ହେବାର ଆଶଙ୍କା ବଢ଼ିଛି । ଡାକ୍ତରଙ୍କ କହିବାନୁସାରେ, ଜେନେଟିକ ସମସ୍ୟା ଯୋଗୁଁ ନବଜାତ ଶିଶୁର ଶରୀର ବିକାଶ ହୋଇପାରିନାହିଁ  ।

ସୂଚନା ଅନୁଯାୟୀ, ଏହି ଶିଶୁଟି ଶୁକ୍ରବାର ଦିନ ପ୍ରାୟ ୩.୪୫ ସମୟରେ ଜନ୍ମ ହୋଇଥିଲା । ବାରବାଡା ନିବାସୀ ସାଜେଦା (୨୫) ଏହି ଶିଶୁକୁ ଜନ୍ମ ଦେଇଥିଲେ । ଆଉ ଜନ୍ମ ହେବା ପରେ ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମନୁଷ୍ୟ ଶିଶୁ ନୁହେଁ ବରଂ ଅନ୍ୟ ସ୍ଥାନରୁ ଆସିଛି ବୋଲି କହିଥିଲେ ହସ୍ପିଟାଲର ନର୍ସ । ଶିଶୁର ଶୀରରରେ ଚର୍ମ ନାହିଁ, ଓଠ ଆଖି ସହିତ ଅନେକ ଅଙ୍ଗ ଫୁଲିଯାଇଛି । ଶରୀରର ସବୁ ଶିରା ମଧ୍ୟ ଦେଖାଯାଉଛି  । ଡାକ୍ତରଙ୍କ ଅନୁଯାୟୀ ଶିଶୁର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ତାଙ୍କୁ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖାଯାଇଛି  ।

ମେଡିକାଲ ଡକ୍ଟର ନାଭେଦ୍ କୁରେଶି କହିଛନ୍ତି ଏହା ଜେନେଟିକ ସମସ୍ୟା, ଡାକ୍ତରୀ ବିଜ୍ଞାନର ଭାଷାରେ ଏହାକୁ କୋଲୋଡିଅନ୍ ଶିଶୁ କୁହାଯାଏ  । ଏହିପରି ପିଲାମାନଙ୍କଠାରେ, ଗର୍ଭାବସ୍ଥାରେ ଚର୍ମ ବିକଶିତ ହୁଏ ନାହିଁ  । ଜନ୍ମ ପରେ ପିଲାମାନଙ୍କର ଅଙ୍ଗ ଫୁଲିଯାଏ ଏବଂ ଶିରା ପ୍ରଶିରା ଦେଖାଯାଏ  । ଡକ୍ଟର କୁରେଶି କହିଛନ୍ତି ଯେ ଏଭଳି ଶିଶୁ ସଂକ୍ରମଣର ଶିକାର ହୁଅନ୍ତି । ଏଭଳି ସମସ୍ୟା ଯୋଗୁଁ ଆଙ୍ଗୁଠି ସମେତ ଅନ୍ୟ ଅଙ୍ଗଗୁଡ଼ିକର ବିକାଶ ହୋଇପାରିନଥିବାରୁ ନବଜାତ ଶିଶୁଟି ପୁତ୍ର କିମ୍ବା  କ୍ୟନା ତାହା କହିବା କଷ୍ଟକର ।

Get real time updates directly on you device, subscribe now.