fbpx

କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫-୨୦ ଦମକଳବାହିନୀ ନିୟୋଜିତ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ସୁରତରେ ଏକ କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ନିଆଁ ଲିଭାଇବା ପାଇଁ ପ୍ରାୟ ୧୫-୨୦ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଏହି ମିଲ ସହରର ପାଣ୍ଡେସରା ଅଞ୍ଚଳରେ ରହିଛି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ ।

ଏହାପୂର୍ବରୁ ଗୁଜରାଟ ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟରେ ଶନିବାର ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ପଟଦୀ ପୋଲିସ ଥାନା ଅଧିକାରୀ କହିଥିଲେ ଯେ ଏହି ଘଟଣା ଇକୋ କେୟାର ନାମକ କମ୍ପାନୀର ଏକ ୟୁନିଟରେ ହୋଇଥିଲା । କମ୍ପାନୀର ଏକ ଟ୍ୟାଙ୍କରେ ଦୁଇ କର୍ମଚାରୀ ଫସିଯିବାର ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.