fbpx

ପ୍ରାର୍ଥନା ସମୟରେ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼: ୫୦ ଜଣଙ୍କର ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ନାଇଜେରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ ରବିବାର ଦିନ ହୋଇଛି ଭୟଙ୍କର ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଏକ ଘଟଣା ସେଣ୍ଟ ଫ୍ରାନ୍ସିସ ଚର୍ଚ୍ଚରେ ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଅଚାନକ୍ ଚର୍ଚ୍ଚ ଭିତରକୁ ପଶି ଆସିଥିଲେ । ଚର୍ଚ୍ଚ ଭିତରେ କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି । ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ବିସ୍ଫୋରଣ କରିଛନ୍ତି । ହେଲେ ଏହା କେଉଁ କାରଣରୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.