fbpx

ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ: ୪ ହଜାର କିମି ଦୂରରୁ କରିପାରିବ ଲକ୍ଷ୍ୟଭେଦ

ବାଲେଶ୍ୱର: ନ୍ୟୁକିୟର କ୍ଷମତା ସମ୍ପନ୍ନ ଅଗ୍ନି-୪ ବାଲିଷ୍ଟିକ୍ ମିଜାଇଲର ସଫଳ ପରୀକ୍ଷଣ । ସୋମବାର ସନ୍ଧ୍ୟା ୭:୩୦ ରେ ବାଲେଶ୍ୱର ଅବଦୁଲ କଲାମ ଦ୍ୱିପରୁ ଏହି ମିଜାଇଲର ପରୀକ୍ଷଣ ହୋଇଥିଲା । ଆଉ ଏହି ମିଜାଇଲର ସଫଳ ପରୀକ୍ଷଣ ପରେ ଦେଶର ସାମରିକ ଶକ୍ତିରେ ବୃଦ୍ଧି ହୋଇଛି ।

ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ୩୫୦୦ ରୁ ୪୦୦୦ କିମି ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହି ମିଜାଇଲର ଲମ୍ବ ୨୦ ମିଟର, ୧ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।

ଗତ ବର୍ଷ ଭାରତ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷଣ କରିଥିଲା, ଏହି ମିଜାଇଲ ୧୦୦୦ ରୁ ୨୦୦୦ କିମି ଲକ୍ଷ୍ୟଭେଦ କରିପାରିବ ।

 

 

Get real time updates directly on you device, subscribe now.