fbpx

ବୋରିସଙ୍କ ହାତରୁ ଯିବନି ପ୍ରଧାନମନ୍ତ୍ରୀ ପଦ, ୨୧୧ ଭୋଟ୍ ସହ ଜିତିଲେ ଅନାସ୍ଥା ପ୍ରସ୍ତାବ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନେଇ ହେଉଥିବା ଆଶଙ୍କା ଏବେ ଦୂର ହୋଇଛି । ୨୧୧ ସାଂସଦଙ୍କ ଭୋଟ୍ ସହିତ ବିଶ୍ୱାସ ଭୋଟ୍ ଜିତିଛନ୍ତି ବୋରିସ୍ ଜନସନ । ଏହି ବିଜୟ ସହ କନର୍ଜଭେଟିଭ ପାର୍ଟୀ ନିୟମ ଅନୁସାରେ ବୋରିସଙ୍କୁ ପ୍ରାୟ ୧୨ ମାସ ପର୍ଯ୍ୟନ୍ତ କୌଣସି ଅନ୍ୟ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ହେବ ନାହିଁ । ସୂଚନାଯୋଗ୍ୟ, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ପାର୍ଟିଗେଟ୍ ଦୁର୍ନୀତିକୁ ନେଇ ଜନସନ ସରକାର ବିବାଦରେ ଛନ୍ଦି ହୋଇପଡିଛନ୍ତି।

ଅବିଶ୍ୱାସ ଭୋଟ ପାଇଁ ମୋଟ ୩୫୯ ଭୋଟ୍ ଦିଆଯାଇଥିଲା । ଏଥିମଧ୍ୟରୁ ୨୧୧ ଭୋଟ ସପକ୍ଷରେ ରହିଥିଲା ଏବଂ ୧୪୮ ଭୋଟ ବିପକ୍ଷରେ ରହିଥିଲା । କୋଭିଡ ଲକଡାଉନ୍ ସମୟରେ ଡାଉନିଂ ଷ୍ଟ୍ରିଟରେ ପାର୍ଟୀ କରିବାକୁ ନେଇ କନଜର୍ଭେଟିଭ ପାର୍ଟୀର ୩୦ ରୁ ୪୦ ରୁ ଅଧିକ ସାଂସଦ ପିଏମ ଜନସନଙ୍କ ଇସ୍ତଫା ଦାବି କରିଥିଲେ।ବ୍ରିଟିଶ ସଂସଦରେ ସମୁଦାୟ ୩୫୯ ସାଂସଦ ଅଛନ୍ତି। ଅନାସ୍ଥା ପ୍ରସ୍ତାବର ମୁକାବିଲା ପାଇଁ ଜନସନଙ୍କୁ ୧୮୦ ସାଂସଦଙ୍କ ଭୋଟ୍ ଆବଶ୍ୟକ ଥିଲା ।

ସୂଚନାଯୋଗ୍ୟ, କରୋନା ଲକଡାଉନ ସମୟରେ ଲାଗିଥିବା କଟକଣା ମଧ୍ୟରେ ଜନସନ ଏବଂ କନଜର୍ଭେଟିଭ ପାର୍ଟୀର ୩୦ ରୁ ଅଧିକ ସାଂସଦ ପାର୍ଟି କରି ନିୟମ ଉଲ୍ଲଘଂନ କରିଥିଲେ । ଆଉ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଡାଉନିଙ୍ଗ୍ ଷ୍ଟ୍ରିଟ୍ କ୍ୟାବିନେଟ୍ ରୁମରେ ଜନ୍ମଦିନ ଭୋଜି କରିଥିବାରୁ ଜନସନବଂ ତାଙ୍କ ପତ୍ନୀଙ୍କୁ ଜୁନ୍ ୨୦୨୦ ରେ ଜରିମାନା କରାଯାଇଥିଲା। ନିୟମ ଉଲ୍ଲଘଂନ ପରେ ବିବାଦୀୟ ହୋଇପଡ଼ିଥିଲେ ଜନସନ । ଜନସନଙ୍କ ବିରୋଧର ତାଙ୍କ ନିଜ ଦଳର ସାଂସଦ ଇସ୍ତଫା ଦାବି କରିଥିଲେ । ଯାହାକୁ ନେଇ ସୋମବାର ଅନାସ୍ଥା ଭୋଟ ହୋଇଥିଲା ।

Get real time updates directly on you device, subscribe now.