fbpx

ବିମାନ ବନ୍ଦରରୁ ଷ୍ଟାଡିୟମ: ଖେଳାଳିମାନଙ୍କ ସୁରକ୍ଷା ପାଇଁ ଓଡିଶା ପୋଲିସର ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ । ତେଣୁ ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସଜାଗ ହେଉଛି ଓଡିଶା ପୋଲିସ । ଷ୍ଟାଡିୟମରୁ ହୋଟେଲ ଯିବାଆସିବା ସମୟରେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ।

ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଉଭୟ ଟିମ ଆସି ହୋଟେଲରେ ରହିବେ, ଏବଂ ପରେ ଷ୍ଟାଡିୟମ ଯିବା ଆସିବା ଇତ୍ୟାଦିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଖେଳାଳିମାନଙ୍କ ଯିବା ରାସ୍ତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବ ଓଡିଶା ପୋଲିସ । ଏଥି ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଏ ନେି ଡିସିପି ସୂଚନା ଦେଇଛନ୍ତି ।

ଦୀର୍ଘ ଦିନ ପରେ କଟକକୁ ଅନ୍ତର୍ଜାତୀୟ ମ୍ୟାଚ ପୁଣି ଫେରିତିବାରୁ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି । ସବୁ ବାଦ ବିବାଦର ଅନ୍ତ ଘଟାଇ ଏହି ମ୍ୟାଚକୁ ଅନୁମତି ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଅଗ୍ନି ନିରାପତ୍ତା ନଥିବାରୁ ଏହି ମ୍ୟାଚକୁ ଆୟୋଜନ ନ କରିବା ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

Get real time updates directly on you device, subscribe now.