fbpx

ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍: ଚାଲିଗଲା ୧୦ ଜୀବନ, ୫୦ ଗୁରୁତର

ତେହେରାନ: ପୂର୍ବ ଇରାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଇରାନର ସରକାରୀ ଟିଭିର ରିପୋର୍ଟ ଅନୁସାରେ, ବୁଧବାର ଦିନ ଯାତ୍ରୀବାହୀ ଟ୍ରେନର ୪ଟି କୋଚ୍ ଟ୍ରାକରୁ ବାହାରି ଯାଇଥିଲା । ଏହି ଦୁର୍ଘଟଣାରେ ଅତି କମ୍ରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାରେ ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଇରାନର ମରୁଭୂମି ସହର ତବାସ ନିକଟରେ ସକାଳର ଅନ୍ଧାରରେ ଟ୍ରେନର ସାତୋଟି ବଗି ମଧ୍ୟରୁ ଚାରିଟି ଖସିପଡିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.