ଏବେ ସମୟ ବଦଳି ଯାଇଛି ସବୁ ଡିଜିଟାଲ ହୋଇଛି । କିନ୍ତୁ ଏମିତି ବି ଦିନ ଥିଲା, ଦୂର ଦୂରାନ୍ତକୁ ଚିଠି ପଠାଇବା ପାଇଁ ପାରା ହିଁ ଥିଲା ଏକମାତ୍ର ମାଧ୍ୟମ । ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ହେଉଥିଲା । ତେବେ ଯେତେ ବିଳମ୍ବ ହେଲେ ବି କେବଳ ପାରା ହିଁ ଏଥିପାଇଁ ବିଶ୍ୱସ୍ତ ପକ୍ଷୀ ପାଲଟିଥିଲା । କିନ୍ତୁ ଅନ୍ୟ କୌଣସି ପକ୍ଷୀ କାହିଁକି ଏହି କାମ ପାଇଁ ପ୍ରଯୁଜ୍ୟ ହୋଇ ପାରିଲେନି ? କେବଳ ପାରାକୁ କାହିଁକି ଏହି କାମ ପାଇଁ ବ୍ୟବହାର କରାଯାଉଥିଲା ? ଆସନ୍ତୁ ଜାଣିବା ଏହାର ଉତ୍ତର ।
ଚିଠି ପଠାଇବା ପାଇଁ ବାରାର ବ୍ୟବହାର କରିବାର ଏକ ବଡ ବୈଜ୍ଞାନିକ କାରଣ ରହିଛି । ପାରା ଶରୀରରେ ଏକ ଅଂଶ ତା ପାଇଁ ଜିପିଏସ ସିଷ୍ଟମର କାମ କରିପାରେ । ଯାହା ଫଳରେ ପାରା କେବେ ନିଜ ରାସ୍ତା ଭୁଲେନାହିଁ । ଏମିତିକି ପାରା ଦେହରେ ରାସ୍ତା ଖୋଜିବା ପାଇଁ ମ୍ୟାଗ୍ନେଟୋ ରିସିପ୍ସନ ସ୍କିଲ ମଧ୍ୟ ରହିଥାଏ । ଏହାଦ୍ୱାରା ପାରା ଖୁବ ସହଜରେ ନିଜ ଲକ୍ଷ୍ୟ ଖୋଜି ପାଇବାରେ ସଫଳ ହୋଇଥାଏ । ଏହାବ୍ୟତୀତ ପାରା ଶରୀରରେ ମୋଟ ୫୩ଟି କୋଷକ ରହିଛି । ଯାହା ପକ୍ଷୀ ପାଇଁ ଦିଗ ସୂଚକ ଭାବେ କାମ କରିଥାଏ ।
ପାରା ଆଖି ରେଟିନାରେ ସ୍ୱତନ୍ତ୍ର ଧରଣର ପ୍ରୋଟିନ ମଧ୍ୟ ମିଳିଥାଏ । ଯାହାଦ୍ୱାରା ସଠିକ ଜାଗାରେ ଚିଠି ପହଞ୍ଚାଇବାରେ ପାରାମାନେ ସଫଳତା ପାଇପାରନ୍ତି । ବୋଧହୁଏ ଏହି କାରଣ ଗୁଡିକ ପାଇଁ ପାରାକୁ ଚିଠି ପଠାଇବା ପାଇଁ ଅଧିକ ବ୍ୟବହୃତ କରାଯାଇଥାଏ ।