fbpx

ଜଳୁଛି ସମଗ୍ର ଓଡ଼ିଶା: ୪୦ ଡିଗ୍ରୀ ଡେଇଁଲା ରାଜ୍ୟର ୧୯ଟି ସହରର ତାପମାତ୍ରା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳୁ ନାହିଁ । ପ୍ରବଳ ତାତିର ପ୍ରଭାବରେ ଜନସାଧାରଣ ଖାଲି କଲବଲ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ଖୋଜୁଛନ୍ତି । ଅଧିକାଂଶ ସ୍ଥାନରେ ପାରଦ ବେଳକୁ ବେଳ ଖାଲି ଉପରମୁହାଁ ହେବାରେ ଲାଗିଛି । ବର୍ଷା ଆସିବ ଆଉ ପାଗ ଥଣ୍ଡା ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲେ ହେଁ ଏବେ ସେନେଇ ସମ୍ଭାବନା ଦେଖାଯାଉନାହିଁ ।

ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ଅବସ୍ଥା ଅଣାୟତ୍ତ । ଟିଟିଲାଗଡ଼ ଆଜି ପାଲଟି ଯାଇଛି ରାଜ୍ୟର ତତଲାଗଡ଼ । ଏହି ସହରର ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟର ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏଭଳି ସ୍ଥିତିରେ ରାଜ୍ୟବାସୀ କେବଳ ମୌସୁମୀ ବାୟୁକୁ ଭରସା କରି ରହିଛନ୍ତି ।

ରାଜ୍ୟର ସହରମାନଙ୍କ ମଧ୍ୟରେ ବଲାଙ୍ଗୀରର ତାପମାତ୍ରା ୪୪.୩ ଡିଗ୍ରୀ ରହିଛି । ସେହିପରି ସୋନପୁର ୪୪.୬, ଭବାନିପାଟଣା ୪୪.୬, ସମ୍ବଲପୁର ୪୪.୧, ବରଗଡ଼ ୪୪, ଝାରସୁଗୁଡ଼ା ୪୪.୨, ହୀରାକୁଦ ୪୩.୬, ବୌଦ୍ଧ ୪୩, ମାଲକାନଗିରି ୪୨, ଯାଜପୁର ୪୧, ସୁନ୍ଦରଗଡ଼ ୪୧, ଅନୁଗୁଳ, ୪୧.୧, ନୟାଗଡ଼ ୪୧, କେନ୍ଦୁଝର ୪୦.୫, ନବରଙ୍ଗପୁର ୪୦.୪, ନୂଆପଡ଼ା ୪୦, ଫୁଲବାଣୀ ୪୦.୨, ବାରିପଦା ୪୦.୨, କଟକ, ୩୭, ଭୁବନେଶ୍ୱରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି ।

Get real time updates directly on you device, subscribe now.