fbpx

ଗଳା କାଟି ଫିଙ୍ଗିଦେଲେ ସାଙ୍ଗ: ୬ ମାସ ପରେ ଫେରି କହିଲେ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: କୌଣସି କାରଣରୁ ସାଙ୍ଗମାନେ ମିଶି ଏକ ଧାରୁଆ ହତିଆରରେ ଗଳା କାଟି ଫିଙ୍ଗି ଦେଇଥିଲେ । ଏହାପରେ ମରିଯାଇଥିବା ଭାବି ଡ୍ୟାମରେ ଫିଙ୍ଗି ଦେବା ସହ ଚାଲିଯାଇଥିଲେ ନୃସଂସ ସାଙ୍ଗ । କିନ୍ତୁ କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚିଥିଲେ । ଚିକିତ୍ସା ପରେ କୋମାକୁ ଚାଲିଯାଇଥିଲେ ଆହତ ଯୁବକ । କିନ୍ତୁ ୬ ମାସ ପରେ କୋମାରୁ ବାହାରି ସମ୍ପୂର୍ଣ୍ଣ ସେ ଘଟଣା ବଖାଣିଛନ୍ତି । ଏ କାହାଣୀ ହେଉଛି ଝାଡଖଣ୍ଡ ହଜାରୀବାଗର ମହମ୍ମଦ ମେରାଜଙ୍କର ।

କୋମାରୁ ବାହାରିବା ପରେ ପୋଲିସକୁ ସମସ୍ତ ଘଟଣା ବିଷୟରେ ବୟାନ ଦେଇଛନ୍ତି ମେରାଜ । ସାଙ୍ଗମାନଙ୍କ ସହିତ ଛଡୱା ଡ୍ୟାମ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ସେ ପୋଲିସକୁ କହିଛନ୍ତି । ନିଜ ଭିତରେ ଗଣ୍ଡଗୋଳରୁ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ତେଣୁ ରାଗରେ ମେରାଜଙ୍କୁ ସେମାନେ ମାଡ ମାରିବା ସହ ଧାରୁଆ ହତିଆରରେ ତାଙ୍କ ଗଳା କାଟି ଡ୍ୟାମରେ ଫିଙ୍ଗି ଦେଇଥିଲେ । ତେବେ ଏହାପରର କୌଣସି ଘଟଣା ତାଙ୍କୁ ମନେ ନଥିବା ସେ ପୋଲିସକୁ ବୟାନ ଦେଇଛନ୍ତି ।

ତେବେ ଲହୁଲୁହାଣ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଶହୀଦ ଶେଖ ଭିକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଏବଂ ପରିବାର ତାଙ୍କ ବଞ୍ଚିବାର ଆଶା ଛାଡି ଦେଇଥିଲେ । କିନ୍ତୁ ୬ ମାସ କୋମାରେ ରହିବା ପରେ ଏବେ ସୁସ୍ଥ ଅବସ୍ଥାକୁ ଗତି କରୁତିବା କହିଛନ୍ତି ହସ୍ପିଟାଲର ଡାକ୍ତର । କୋମାରୁ ବାହାରିବା ପରେ ସେଦିନର ଘଟଣା ସମ୍ପର୍କରେ ପୋଲିସକୁ ସବୁ ଜଣାଇଛନ୍ତି ମେରାଜ । ତାଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ପୋଲିସ ଗିରଫ କରି ନେଇଛି । ଏଥି ସହ ଅନ୍ୟ ଅଭିୁଯକ୍ତଙ୍କୁ ଖୋଜୁଛି ପୋଲିସ ।

Get real time updates directly on you device, subscribe now.