fbpx

ଗାଡି ଚାଳକ ଭୁଲରେ ବି କରନ୍ତୁ ନାହିଁ ଏମିତି କାମ: ନହେଲେ ଲାଗିବ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: ରାସ୍ତାରେ ଯାତାୟତ ସମୟରେ ବିଭିନ୍ନ ନିୟମର ପାଳନ କରିବା ଆବଶ୍ୟକ । ଏହି ସବୁ ନିୟମକୁ ଅବମାନନା କଲେ ଚାଲାଣ କଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ନିୟମ ଗୁଡିକ ସହିତ ଏବେ ଆଉଏକ ନିୟମ ଯୋଡି ହୋଇଛି । ଟ୍ରାଫିକ ନିୟମରେ ହୋଇଛି ଆଉ ଏକ ସଂଶୋଧନ । ତେବେ ଗାଡି ନେଇ ରାସ୍ତାକୁ ବାହାରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ନିୟମ, ନଚେତ ଆପଣଙ୍କୁ ଲାଗିପାରେ ୧୦ ହଜାର ଟଙ୍କାର ଜରିମାନା ।

ରାସ୍ତାରେ ଯିବା ସମୟରେ ଆପଣଙ୍କୁ ଅନେକ ଗାଡି ଅତିକ୍ରମ କରିଯିବା ପାଇଁ ଉଦ୍ୟମ କରି ଥାଆନ୍ତି । ତେବେ କିଛି ଗାଡି ଏମିତି ଅଛନ୍ତି ଯାହାକୁ ଆପଣ ରାସ୍ତା ଦେବାକୁ ବାଧ୍ୟ । ତେବେ ଏହି ଗାଡିଗୁଡିକୁ ଆପଣ ସାଇଡ ନଦେଲେ ଆପଣଙ୍କ ନାେଁ ଚାଲାଣ କଟିପ।।ରେ । ଏହି ଛୋଟିଆ ଭୁଲ ପାଇଁ ୧୦ ହଜାର ଟଙ୍କାର ଜରିମାନା ଗଣିପାରନ୍ତି । ଇମରଜେନ୍ସି ଗାଡି ତଥା ଆମ୍ବୁଲାନ୍ସ, ଦମକଳ ଇତ୍ୟାଦିକୁ ଆଗକୁ ଯିବା ପାଇଁ ରାସ୍ତା ଦେବା ପାଇଁ ନିୟମ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ଗାଡିଗୁଡିକୁ ଆଗକୁ ନ ଛାଡିବା କିମ୍ବା ଏହି ନିୟମର ଉଲ୍ଲଙ୍ଘନ କରିବା ଦ୍ୱାରା ଆପଣଙ୍କ ନାଁରେ ଚାଲାଣ କାଟିପାରନ୍ତି ଟ୍ରାଫିକ ପୋଲିସ ।

ମୋଟର ଯାନ ଅଧିନିୟମ, ୨୦୧୯ ଅନୁଯାୟୀ, ଆପାିତକାଳୀନ ଗାଡିକୁଡିକୁ ରାସ୍ତାଦେବା ବାଧ୍ୟତାମୂଳକ ରହିଛି । ଏମିତି ନ କରୁଥିବା ବ୍ୟକ୍ତିଙ୍କୁ ସଂଶୋଧିତ ଏମବି ଅଧିନିୟମର ଦାରା ୧୯୪(ଇ) ଅନୁଯାୟୀ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭାବରେ ଦଣ୍ଡ ବିଧାନ କରାଯାଇ ପାରେ ।

Get real time updates directly on you device, subscribe now.