fbpx

ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟରେ ଭିଡିଓ କରି ଗିରଫ ହେଲେ ୟୁଟ୍ୟୁବର

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶରେ ଜଳୁଛି ନିଆଁ । ଏପରିକି ନୂପୁରଙ୍କୁ ଗିରଫ କରିବାକୁ ଦାବି କରି ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ନୂପୁରଙ୍କୁ ଦେଶ ଏବଂ ଦେଶ ବାହାରେ ମଧ୍ୟ ପ୍ରତିବାଦ କରାଯାଉଛି । ତେବେ ଏହି ସମୟରେ କାଶ୍ମୀରର ଜଣେ ୟୁଟ୍ୟୁବର ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଏକ ଭିଡିଓ କରି ଗିରଫ ହୋଇଥିବା ଚର୍ଚ୍ଚାକୁ ଆସିଛି ।

କାଶ୍ମୀର ୟୁଟ୍ୟୁବର ଫୈଜଲ ୱାନୀ ନୂପୁରଙ୍କ ଏକ ଗ୍ରାଫିକ୍ସ ଭିଡିଓକୁ ଅପଲୋଡ କରିଥିଲେ । ଏହି ଭିଡିଓରେ ନୂପୁରଙ୍କୁ କଣ୍ଢେଇ ବନାଯାଇ ତାର ବେକ କାଟିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସୋସିଆଲ ମିଡିଆରେ ଭିଡିଓଟି ଖୁବ ଭାଇରାଲ ହେବା ପରେ ବିବାଦର ସମ୍ମ୍ୁଖୀନ ହୋଇଥିଲା । ବିବାଦ ବଢୁଥିବା ଦେଖି ଫୈଜଲ ଲୋକଙ୍କଠୁ କ୍ଷମା ମାଗିଥିଲେ ଏବଂ ପରେ ଚ୍ୟାନେଲରୁ ଭିଡିଓଟିକୁ ଡିଲିଟ ମଧ୍ୟ କରିଥିଲେ ।

ଲୋକମାନେ ଏହି ଭିଡିଓ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଏହି ହିଂସାତ୍ମକ ଭିଡିଓର ତଦନ୍ତ କରି ଫୈଜଲଙ୍କୁ ଗିରଫ କରିଥିଲା । ସଫା କଦଲ ପୋଲିସ ଷ୍ଟେସନରେ ଆଇପିସି ଧାରା ୫୦୫ ଏବଂ ୫୦୬ ଅନୁସାରେ ଏତଲା ଦିଆ ଯାଇଛି । ଫୈଜଲ ଏହି ଆପତ୍ତିଜନକ ଭିଡିଓ ଅପଲୋଡ କରିଥିବା ନେଇ ସମସ୍ତଙ୍କଠୁ କ୍ଷମା ମାଗିବା ସହ କୌଣସି ମନ୍ଦ ଉଦ୍ଦେଶ୍ୟରେ ଭିଡିଓ କରିନଥିବା କହିଛନ୍ତି ।

Get real time updates directly on you device, subscribe now.