fbpx

ବାଥରୁମ ଭିତରୁ ଭିଡିଓ କରିବାକୁ ଉଦ୍ୟମ: ମାକପା ନେତାଙ୍କ ବିରୋଧରେ ମାମଲା ରୁଜୁ

କେରଳ: କେରଳରେ ବାଥରୁମ ଭିତରୁ ଭିଡିଓ କରିବାକୁ ଯାଇ ଫସିଗଲେ ନେତା । ଜଣେ ମହିଳାଙ୍କ ଭିଡିଓ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏହାପରେ ପାର୍ଟି ତରଫରୁ ମଧ୍ୟ ସମ୍ପୃକ୍ତ ନେତାଙ୍କୁ ନିଲମ୍ବିତ କରାଯାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଏମିତି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ପଲକ୍କଡ ଜିଲ୍ଲା ଅଞ୍ଚଳରେ । ସ୍ଥାନୀୟ ମାକପା ସଚିବଙ୍କ ବିରୋଧରେ ପଡୋଶୀ ଏକ ଅଭିଯୋଗ ଦାୟର କରିଛନ୍ତି । ତେବେ ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ପୋଲିସ ତରଫରୁ ସୂଚନା ମିଳିଛି । ତେଣୁ ତାକୁ ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ତେବେ ସବୁଠୁ ରୋମାଞ୍ଚକର ଘଟଣା ହେଉଛି ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଏହି ପଡୋଶୀ ମହିଳା ଜଣକ ମଧ୍ୟ ସମାନ ପାର୍ଟିର କାର୍ଯ୍ୟକର୍ତ୍ତା ।

ଗଣମାଧ୍ୟମକୁ ମହିଳା ଜଣକ କହିଛନ୍ତି ଯେ, କେହି ଜଣେ ମୋବାଇଲରେ ତାଙ୍କ ଭିଡିଓ କରୁଥିବା ଦେଖି ଚିତ୍କାର କରିଥିଲେ । ଏହାପରେ ସେହି ବ୍ୟକ୍ତିଙ୍କୁ ଚିହ୍ନି ପାରିଥିଲେ ମହିଳା । ଭିଡିଓ କରୁଥିବା ବ୍ୟକ୍ତି ଜଣକ ତାଙ୍କ ପାର୍ଟିର ଜଣେ କର୍ମକର୍ତ୍ତା ବୋଲି ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ମାମଲା ନେଇ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.