fbpx

ମିଶନ ୟୁକ୍ରେନରେ ନୂଆ ଟ୍ୱିଷ୍ଟ: ଋଷ କରିପାରେ ଫାଇନାଲ ଆଟାକ

ନୂଆଦିଲ୍ଲୀ: ଦୀର୍ଘ ୧୦୯ ଦିନ ଧରି ଚାଲିଥିବା ଋଷ ୟକ୍ରେନ ଯୁଦ୍ଧରେ ଆସିଛି ନୂଆ ମୋଡ଼ । ଯୁଦ୍ଧାସ୍ତ୍ର ସରି ଆସୁଥିବା ବେଳେ ନୂଆ ନିଷ୍ପତ୍ତି ନେଇଛି ପୁଟିନସେନା । ଲମ୍ବା ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶର ଅସ୍ତ୍ରଶସ୍ତ୍ର ଶେଷ ହେବାକୁ ବସିଲାଣି । ଏହି ସମୟରେ ବ୍ରିଟେନର ଏକ୍ସପର୍ଟ ଏହି ଦୁଇ ଦେଶକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ୟୁକ୍ରେନର ପୂର୍ବ ପାଶ୍ୱର୍କୁ ନିଜ ଅଧିନକୁ ନେବା ଉଦ୍ଦେଶ୍ୟରେ ଋଷ ସେନା ଘାତକ ଅସ୍ତ୍ରରେ ଆକ୍ରମଣ କରିବାର ଯୋଜନା କରୁଛି । ଏ ନେଇ ୟୁକ୍ରେନ ଓ ବ୍ରିଟେନର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନାନୁସାରେ, ଋଷ ୟୁକ୍ରେନରେ ଜାହାଜ ବିରୋଧୀ ମିସାଇଲ ବ୍ୟବହାର କରିବାକୁୁ ଯାଉଛି । କେଏଚ-୨୨ ନାମକ ଏହି ମିସାଇଲ ପ୍ରଥମ ଥର ପାଇଁ ୧୯୬୦ ମସିହାରେ ବ୍ୟବହାର କରାଯାଇଥିଲା । ବିମାନ ବାହକ ଯୁଦ୍ଧ ଜାହାଜକୁ ନଷ୍ଟ କରିବା ପାଇଁ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଥିଲା । ଏହି ମିସାଇଲରେ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଇ ଆକ୍ରମଣ କରାଯାଇଥାଏ ।

ସ୍ଥଳଭାଗରେ କେଏଚ-୨୨ ମିସାଇଲ ବ୍ୟବହାର କରିବା ଦ୍ୱାରା ଏହାର ପରିଣାମ ଖୁବ ଭୟଙ୍କର ହେବା ସହ ଧନଜୀବନ ନଷ୍ଟ ହୋଇଥାଏ । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଋଷ ୫.୫ଟନ ଓଜନ ବିଶିଷ୍ଟ ଜାହାଜ ବିରୋଧୀ ମିସାଇଲ ବ୍ୟବହାର କରିବାର ସମ୍ଭାବନା ରହିଛି । ସେଥିପାଇଁ ୟୁକ୍ରେନକୁ ସମୟ ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.