fbpx

ଭାରତ ପ୍ରସ୍ତୁତ କରିବ ୧୦୦ ଫାଇଟର ଜେଟ୍: ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କଲା ଏୟାରଫୋର୍ସ

ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆକୁ ଆଗକୁ ନେବା ପାଇଁ ଏୟାରଫୋର୍ସ ନେଇଛଇ ଏକ ବଡ ନିଷ୍ପତ୍ତି । ଭାରତରେ ମୋଟ ୧୦୦ ଆଡଭାନ୍ସଡ ଫାଇଟର ଜେଟ ପ୍ରସ୍ତୁତ କରିବାକୁ ଯାଉଛି ଭାରତୀୟ ବାୟୁ ସେନା । ଏଥିପାଇଁ ଗ୍ଲୋବାଲ ବିମାନ ନିର୍ମାତାମାନଙ୍କ ସହ ଆଲୋଚନା କରୁଛି ଇଣ୍ଡିଆନ ଏୟାର ଫୋର୍ସ । ଏ ନେଇ ସେନା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ।

ଭାରତୀୟ ସେନା ବିଭାଗରେ ଯୋଡି ହେବେ ଶକ୍ତିଶାଳୀ ଫାଇଟର ଜେଟ । ୧୦୦ ଫାଇଟର ଜେଟ ପ୍ରସ୍ତୁତ କରିବା ପାଇଁ ଭାରତୀୟ ବାୟୁସେନା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛି । ସୂଚନା ଅନୁସାରେ, ପ୍ରୋଜେକ୍ଟର ପ୍ରାୟ ୭୦ ପ୍ରତିଶତ ପେମେଣ୍ଟ ଭାରତୀୟ ମୁଦ୍ରାରେ କରାଯିବ । ଏହା ଇତିହାସରେ ପ୍ରଥମ ଘଟଣା ପାଲଟିବ । ଏହି ପ୍ରୋଜେକ୍ଟ ଅନୁସାରେ ଭାରତରେ ୯୬ଟି ବିମାନ ପ୍ରସ୍ତୁତ କରାଯିବ । ଏଥିମଧ୍ୟରୁ ୩୬ଟି ବିମାନ ପାଇଁ ପେମେଣ୍ଟ ଭାରତୀୟ ବିଦେଶୀ ମୁଦ୍ରାରେ କରାଯିବ । ତେବେ ଅନ୍ୟ ୬୦ ବିମାନ ପାଇଁ କେବଳ ଭାରତୀୟ ମୁଦ୍ରାରେ ହିଁ ପେମେଣ୍ଟ କରାଯିବ ।

ଏହାବ୍ୟତୀତ ୧୧୪ ବିମାନ କିଣିବା ପାଇଁ ମଧ୍ୟ ଯୋଜନା କରୁଛି ଭାରତୀୟ ବାୟୁସେନା । ଏହାଦ୍ୱାରା ସେନା ଯୁଦ୍ଧରେ ଶକ୍ତିବୃଦ୍ଧି ହେବା ସହିତ ମିଗ ସିରିଜର ବିମାନକୁ ପରିବର୍ତ୍ତନ କରାଯାଇ ପାରିବ । ୧୮ ବିମାନ ବିଦେଶୀ ଭେଣ୍ଡରରୁ ପ୍ରୋଜେକ୍ଟର ଆରମ୍ଭ କରାଯିବ । ଏକ ପ୍ରତିଯୋଗିତା ଅନୁସାରେ,ଏହି ବିମାନଗୁଡିକର ପରୀକ୍ଷା କରାଯିବ । ,ହି ପ୍ରୋଜେକ୍ଟ ତାଲିକାରେ ଲକହୀଡ ମାର୍ଟିନ, ଏଢ଼ଆଇଜି, ଡସାଲ୍ଟ ଏବଂ ସାବ ଭଳି କମ୍ପାନୀ ରହିଛି ।

Get real time updates directly on you device, subscribe now.