fbpx

ଆପଣଙ୍କ ବାଇକ୍ ସାମ୍ନାରେ ହଠାତ୍ ବିଲେଇଟିଏ ଚାଲିଗଲେ ଆପଣ କ’ଣ କରନ୍ତି: ଜାଣନ୍ତୁ ଏହା ଶୁଭ ନା ଅଶୁଭ ଲକ୍ଷଣ?

ଅନେକ ସମୟରେ ଆପଣମାନେ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିଲେଇଟିଏ ଆପଣଙ୍କୁ ସାମ୍ନାକୁ ଆସିଗଲେ, ଆପଣ ସେଠାରେ ସଙ୍ଗେସଙ୍ଗେ ଅଟକି ଯାଇଥାନ୍ତି । ତେବେ ଶୁଭ କାର୍ଯ୍ୟରେ ଯାଉଥିବା ବେଳେ ବିଲେଇ ଦେଖିଲେ ଅନେକ ଲୋକ ଅଶୁଭ ବୋଲି ଅନେକ ବିଚାରିଥାନ୍ତି । ଆଉ କେହି କେହି ଏହାକୁ ଶୁଭ ମୁହୂର୍ତ୍ତ ବୋଲି ମଧ୍ୟ ମନେ କହିଥାନ୍ତି । ତେବେ ହୋଇପାରେ ଏହା ଏକ ଅନ୍ଧବିଶ୍ୱାସ, ମାତ୍ର ଏହା ପଛରେ ଏକ ବଡ଼ କାରଣ ରହିଛି ।

ଭାରତୀୟ ସଂସ୍କୃତିରେ କଳା ରଙ୍ଗକୁ ଶନିଦେବଙ୍କ ରଙ୍ଗ ବୋଲି କୁହାଯାଇଥାଏ । ବିଲେଇଠାରେ ରାହୁ ରହିଥିବା କୁହାଯାଏ । ତେଣୁ ଯଦି ଜଣେ ବିଲେଇକୁ ଦେଖିନିଏ ତେବେ ଶନି ଓ ରାହୁଙ୍କ ପ୍ରକୋପ ବଢ଼ିଥାଏ । ତେଣୁ ବିଲେଇଟିଏ ରାସ୍ତା କାଟିଲେ ଲୋକମାନେ ନିଜ ନିଜର ଯାନକୁ ଅଟକାଇ ଦେଇଥାନ୍ତି । ବହୁ ବର୍ଷ ପୂର୍ବରୁ ଏଭଳି ପରମ୍ପରା ଚାଲି ଆସୁଛି ।

ପୂରାତନ କାଳରେ ଲୋକଙ୍କ ପାଖରେ ଶଗଡ଼ ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନ ନଥିଲା । ବଳଦ ଗାଡ଼ି ଆଗକୁ ଯଦି କୌଣସି ବିଲେଇ ଚାଲିଆସେ, ତେବେ ବଳଦମାନେ ବିଲେଇକୁ ଦେଖି ଅସ୍ଥିର ହୋଇଯାଇଥାନ୍ତି । ଏହାଦ୍ୱାର ପଶୁଙ୍କର ଏପଟ ସେପଟ କାରଣରୁ ଯାନଟି ଓଲଟି ପଡ଼ିବାର ସମ୍ଭାବନା ରହିଥାଏ । ତେଣୁ ଗାଡ଼ି ଚାଳକ ବଳଦଗାଡ଼ିକୁ କିଛି ସମୟ ପାଇଁ ଛିଡ଼ା କରାଇ ବଳଦଙ୍କୁ ଶାନ୍ତ କରାଇଥାଏ । ଧୀରେଧୀରେ ଏହି ପ୍ରଥା ଲୋକଙ୍କ ମଧ୍ୟରେ ଆସ୍ଥାନ ଜମାଇ ରହିଯାଇଥିଲା । ଆଜି ବି ଭାରତୀୟ ସମାଜରେ ଅନେକ ଲୋକ ଏହି ପରମ୍ପରାକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ବେଖାତିର କରିଥାନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ବିଲେଇକୁ ନେଇ ଚାଲିଆସୁଥିବା ଏହି ନିୟମକୁ ଅଧିକ ମାତ୍ରାରେ ମାନିଥାନ୍ତି ।

Get real time updates directly on you device, subscribe now.