fbpx
BJD
BJD SKY
BJD SKY

ଏହି ତାରିଖରୁ ଭିଜିବ ରାଜଧାନୀ: ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି

ନୂଆଦିଲ୍ଲୀ: ଭୀଷଣ ଗରମ ଏବଂ ତାତିରୁ କୁବ ଶୀଘ୍ର ମୁକ୍ତି ପାଇବେ ରାଜଧାନୀବାସୀ । ଦିଲ୍ଲୀରେ ଗତ କିଛି ଦିନରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିନ୍ତୁ ଏହି ସମୟରେ ମୌସୁମୀକୁ ନେଇ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ଅ।।ସନ୍ତା ୧୬ ତାରିଖ ସୁଦ୍ଧା ରାଜଧାନୀ ଦିଲ୍ଲୀରେ ମୌସୁମୀ ବାୟୁ ପ୍ରବେଶ କରିପାରେ ।

୧୫ ଜୁନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ହରିୟାଣା, ଉତ୍ତର-ପଶ୍ଚିମୀ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲୁ ଭଳି ସ୍ଥିତି ଉପୁଜିଛି । ତେବେ ପରଦିନ ଅର୍ଥାତ ଜୁନ ୧୬ ତାରିଖ ସୁଦ୍ଧା ବର୍ଷା ହେବାର ଆକଳନ କରାଯାଇଛି । ରାଜଧାନୀର ଏହି ପାଣିପାଗକୁ ନେଇ ସୂଚନା ଦେଇଛି ଆଇଏମଡି । ତେବେ ରାଜଧାନୀରେ ଆଜିର ନ୍ୟୁନତମ ତାପମାତ୍ରା ୩୩ ଡିଗ୍ରୀ ଏବଂ ସର୍ବାଦିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଦିଳ୍ଲୀରେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଅଦିକତମ ତାପମାତ୍ରା ୪୧ ଡିଗ୍ରୀ ରହିପାରେ । ତେବେ ଜୁନ ୧୬ ତାରିଖରୁ ଖସିପାରେ ରାଜ୍ୟର ତାପମାତ୍ରା । ଏହି ଦିନରୁ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.