fbpx

୩୧ ବର୍ଷରେ ବୁଢୀ ଭଳି ଦିଶୁଛନ୍ତି ଯୁବତୀ: ନିଶା ପାଇଁ ଏଇ ଦଶା

ନୂଆଦିଲ୍ଲୀ: ନିଶା କରୁଥିବା ବ୍ୟକ୍ତି ହୋଇ ଯାଆନ୍ତୁ ସାବଧାନ । ଯଦି ଆପଣଙ୍କର କୌଣସି ନିଶାଦ୍ରବ୍ୟ ସେବନ କରିବାର ଅଭ୍ୟାସ ଅଛି ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବର୍ତ୍ତମାନ ସମୟରେ ଯୁବକ-ଯୁବତୀ ମାନଙ୍କର ନିଶା କରିବା ସଉକରେ ପରିବର୍ତ୍ତନ ହେଲାଣି । କିନ୍ତୁ ଆପଣ ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ ଜାଣିବେ ଯିଏ ନିଶା ପାଇଁ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅତ୍ୟଧିକ ନିଶା କରୁଥିବାରୁ ସମୟ ପୂର୍ବରୁ ହିଁ ବୁଢୀ ଭଳି ଦେଖା ଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆମେରିକାର ଟେନେସୀରେ ରହୁଥିବା ଏସଲେ ବଟଲର ନାମକ ଜଣେ ୩୧ ବର୍ଷୀୟା ଯୁବତୀ ୮୦ ବର୍ଷର ବୁଢୀ ଭଳି ଦେଖା ଯାଉଛନ୍ତି । କେବଳ ଡ୍ରଗ୍ସ ଅଭ୍ୟାସ ତାଙ୍କୁ ଏପରି ଅସୁବିଧାରେ ପକାଇଛି । ୩୧ ବର୍ଷରେ ହିଁ ଏସଲେ ଡ୍ରଗ୍ସ ନେବା ଭଳି କୁଅଭ୍ୟାସରେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥିଲା । ନିଶା କାରଣରୁ ତାଙ୍କର ସବୁ ଦାନ୍ତ ଝଡ଼ି ଯାଇଛି, ଯେଉଁଥି ପାଇଁ ସେ ବର୍ତ୍ତମାନ ନକଲି ଦାନ୍ତ ବ୍ୟବହାର କରୁଛନ୍ତି । ଡ୍ରଗ୍ସ ନିଶା କାରଣରୁ ଏବେ ସେ ଜଣେ ୮୦ ବର୍ଷର ବୟସ୍କା ଭଳି ଦେଖା ଯାଉଛନ୍ତି ।

ଏ ନେଇ ଏସଲେ କହିଛନ୍ତି ଯେ ଘରୋଇ ହିଂସା କାରଣରୁ ସେ ଡ୍ରଗ୍ସ ଭଳି ନିଶା କରିବା ଅଭ୍ୟାସରେ ପଡ଼ିଥିଲେ । ଘରୋଇ ହିଂସା ପାଇଁ ହେଉଥିବା ଡିପ୍ରେସନରୁ ବଞ୍ଚିବା ପାଇଁ ନିଶାର ସାହାରା ନେଇଥିଲେ ଏସଲେ । ଡ୍ରଗ୍ସର କୁପ୍ରଭାବ ଏସଲେଙ୍କ ଦାନ୍ତ ଉପରେ ପଡ଼ିଥିଲା । ତେବେ ମେକଅପ କରିବା ପରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଏ ଏବଂ ସେ ଆଉ ବୁଢୀ ଭଳି ଦେଖାଯାନ୍ତି ନାହିଁ । ଏହି କାରଣରୁ ଲୋକମାନେ ତାଙ୍କୁ କ୍ୟାଟଫିସ କହୁଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.