ମୁମ୍ବାଇ: ଆଗାମୀ ପାଞ୍ଚ ବର୍ଷ ପାଇଁ ଅରଇପିଏଲର ଟିଭି ଓ ଡିଜିଟାଲ ରାଇଟ ହାସଲ ପାଇଁ ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବା ବେଳେ ଇ-ନିଲାମର ପ୍ରଥମ ଦିନରେ ଏହା ୪୩ ହଜାର କୋଟି ଛୁଇଁଛି । ତେବେ ୨୦୧୭ରେ ଏହି ଅଧିକାର ହାସଲ ପାଇଁ ଯେତିକି ଅର୍ଥ ବିସିସିଆଇକୁ ଦେଇ ଥିଲା ଚଳିତ ବର୍ଷ ନିଲାମର ପ୍ରଥମ ଦିନରେ ତା ଠାରୁ ତିନିଗୁଣା ଅଧିକ ଟଙ୍କା ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ ।
ସୂଚନା ଯୋଗ୍ୟ ଯେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇପିଏଲ ଟିଭି ଓ ଡିଜିଟାଲ ଅଧିକାର ପାଇବା ସକାଶେ ଚାଲିଥିବା ଏହି ନିଲାମ ମୁଖ୍ୟତଃ ୪ ସ୍ପେଶିଫିକ୍ ପ୍ୟାକେଜକୁ ଆଧାର କରା ଯାଇଛି । ପ୍ରଥମତଃ ଚଳିତ ବର୍ଷ ଆଇପିଏଲରେ ୭୪ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏହି ଆଧାରରେ ନିଲାମ ଚାଲିଛି । ମାତ୍ର ଆଗାମୀ ଦୁଇ ଆର୍ଥିକ ବର୍ଷରେ ମ୍ୟାଚ ସଂଖ୍ୟା ୯୪କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହି ରି ପ୍ୟାକେଜ ସି’ରେ ଡିଜିଟାଲ ସ୍ପେଶ ପାଇଁ ପ୍ରତି ସିଜିନର ୧୮ ସିଲେକଟେଡ ଗେମ୍ସ ଓ ପ୍ୟାକେଜ ଡିରେ ଓଭରସିଜ ମାର୍କେଟ ପାଇଁ ମିଳିତ ଟିଭି ଓ ଡିଜିଟାଲ ଅଧିକାର । ସମସ୍ତ ନିଲାମଧାରୀ ପ୍ରତି ପ୍ୟାକେଜ ପାଇଁ ପୃଥକ ନିଲାମ ପ୍ରସ୍ତୁତ କରୁଛନ୍ତି ।
ସୂଚନା ଯୋଗ୍ୟ ଯେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲର ଟିଭି ଓ ଡିଜିଟାଲ ମିଡିଆ ଅଧିକାର ହାସଲ ପାଇଁ ଜି,ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଭୟାକମ ୧୮, ଡିଜନୀ ଷ୍ଟାର ନେଟୱାର୍କ ଓ ସୋନି ନେଟୱାର୍କ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି ।