fbpx

ଚଳିତ ବର୍ଷ ଜମିବ କଟକର ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ଐତିହାସିକ ବାଲିଯାତ୍ରା କଥା ପଡ଼ିଲେ ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ନାଚିଉଠେ । ବାଲିଯାତ୍ରାକୁ ଯିଏ ଥରେ ଯାଇଛି ସିଏ ଜାଣିଛି ତା’ର ଅସଲ ମଜା । ତେବେ କୋଭିଡ-୧୯ କାରଣରୁ ଗତ ଦୁଇବର୍ଷ ଧରି କଟକର ବାଲିଯାତ୍ରା ବନ୍ଦ ହୋଇରହିଥିଲା । ମାତ୍ର ଚଳିତ ବର୍ଷ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ପୁଣି ଥରେ ରାଜ୍ୟବାସୀ ବାଲିଯାତ୍ରାର ଆନନ୍ଦ ଉଠାଇ ପାରିବେ । କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟନୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏନେଇ ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି, ବାରବାଟୀ ରାଜପ୍ରସାଦରେ ପ୍ରଥମ ଥର ପାଇଁ ୧୪-୧୬ ତାରିଖ ତିନିଦିନ ଧରି କାଇଟ୍ ଉତ୍ସବ ଅନୁଷ୍ଠିତ ହେବ । ଓରମାସ, ମିଶନଶକ୍ତି, ଜିଲ୍ଲା ସଂସ୍କୃତି କାଉନସିଲ ପକ୍ଷରୁ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ କଟକର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାଙ୍କ ଦ୍ୱାରା ବାଲିଯାତ୍ରା ଆୟୋଜିତ ହେବ ।

ବାଲିଯାତ୍ରାରେ ଚଳିତ ବର୍ଷ ଏସଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗତ ଦୁଇବର୍ଷ ଧରି କୋଭିଡ କାରଣରୁ ଜନସାଧାରଣ ବାଲିଯାତ୍ରାକୁ ଉପଭୋଗ କରିପାରି ନଥିଲେ । ମାତ୍ର ଚଳିତ ବର୍ଷ ସଂକ୍ରମଣ କମିଥିବାରୁ ଅନ୍ୟ ସମସ୍ତ ପର୍ବପର୍ବାଣି ପରି ରାଜ୍ୟବାସୀ ବାଲିଯାତ୍ରାର ମଜା ଉଠାଇ ପାରିବେ ।

Get real time updates directly on you device, subscribe now.