fbpx

ପୁଣି ଡରାଇଲାଣି କରୋନା ମହାମାରୀ: ବିଭିନ୍ନ ରାଜ୍ୟକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସତର୍କବାଣୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କୋଭିଡ ମାମଲା ପୁଣି ଥରେ ବଢିବାରେ ଲାଗିଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି ବଢୁତିବା କରୋନା ସଂକ୍ରମଣ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଇଛନ୍ତି ନୂଆ ମନ୍ତ୍ର । ସ୍କୁଲ ପିଲାମାନଙ୍କ ପାଇଁ କରୋନା ଟୀକା କଭରେଜ ଏବଂ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ ବଢାଇବା ପାଇଁ ଅନୁରୋଧ କରିଛନ୍ତି ।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ସେ କହିଛନ୍ତି ଯେ, କରୋନା ଏବେ ପର୍ଯ୍ୟନ୍ତ ଶେଷ ହୋଇନି । କିଛି ରାଜ୍ୟରେ ମାମଲା ପୁଣି ବଢିବାର ଦେଖାଯାଉଛି । ଏହି ସମୟରେ ଆମକୁ ଆଲର୍ଟ ରହିବା ନିହାତି ଆବଶ୍ୟକ ଏବଂ କୋଭିଡ ଅନୁରୂପ ବ୍ୟବହାର ପାଳନ କରିବା ଜରୁରୀ । ଏହାସହିତ ଏକମାତ୍ର ସାମାଜିକ ଦୂରତା ଦ୍ୱାରା ଏହି ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ କିଛି ଜିଲ୍ଲା ଏବଂ ରାଜ୍ୟରେ କୋଭିଡ ଟେଷ୍ଟିଂରେ ହ୍ରାସ ପାଇଛି । ତେଣୁ ଏହି ଟେଷ୍ଟିଂ ବଢାଇବା ଦ୍ୱାରା ଉଚିତ ସମୟରେ ଟେଷ୍ଟ କରାଗଲେ ସଂକ୍ରମଣ ବ୍ୟପିବାରୁ ରୋକିବାରେ ସାହାଯ୍ୟ ମିଳିପାରିବ । ଏସବୁ ଉପରେ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଭ ଫୋଲ୍ଡ ଷ୍ଟାର୍ଟେଜି- ଟେଷ୍ଟ, ଟ୍ରାକ, ଟ୍ରିଟ, ଭ୍ୟାକ୍ସିନେସନ ଏବଂ କଟକଣା ପାଳନ କରିବା ଉପରେ ଅଦିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ କୋଭିଡ-୧୯ର ସଂଶୋଧିତ ତଦାରଖ ଆଇନ ଅନୁଯାୟୀ ଅପରେସନାଲ ଗାଇଡଲାଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ତରାଷ୍ଟ୍ରୀୟ ଯାତ୍ରୀମାନଙ୍କ ଯାଞ୍ଚ, ସ୍ୱାସ୍ଥ୍ୟ ସୁବିଧା, ଲାବୋରେଟୋରୀ, କମ୍ୟୁନିଟି ତଦାରଖ ପ୍ରତି ଗୁରୁତ୍ୱ ନିଆଯିବ ।

Get real time updates directly on you device, subscribe now.