fbpx

ଗାର୍ଲଫ୍ରେଣ୍ଡଙ୍କ ଶରୀରରେ ଫୁଟାଇଦେଇଥିଲେ କାଚ, ରଡରେ ବି ପିଟିଥିଲେ: ଏହି ଫୁଟବଲରଙ୍କ ଅପରାଧର କାହାଣୀ ଶୁଣିଲେ ଶିହରି ଉଠିବ ଲୋମ 

୨୮ ବର୍ଷୀୟ ଇଂଲିଶ ଫୁଟବଲ ଖେଳାଳି ରିସ ଥମ୍ପସନଙ୍କ ଏବେ ଚର୍ଚ୍ଚା ହେଉନାହିଁ । ଏବେ ତାଙ୍କର କାହାଣୀ କୁହାଯାଉନାହିଁ ଯେ ସେ କିପରି ମ୍ୟାଚରେ କମାଲ କରୁଥିଲେ । ଦିନ ଥିଲା ଥମସନଙ୍କ ଖେଳର କାହାଣୀ ଲୋକଙ୍କୁ ରୋମାଞ୍ଚିତ କରୁଥିଲା । କିନ୍ତୁ ତାଙ୍କର ଏଭଳି ଏକ ଅପରାଧ ଯାହା ତାଙ୍କୁ କରିଦେଇଥିଲା ବଦନାମ । ତାଙ୍କର ସେହି ଅପରାଧ ଶୁଣିଲେ ଶିହରି ଉଠନ୍ତି ଲୋକେ । ସେହି ଅପରାଧ ଯାହା ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଘଟାଇଥିଲେ । ଏଥିପାଇଁ ତାଙ୍କୁ ୪୯ ବର୍ଷ ପାଇଁ ଜେଲ ଦଣ୍ଡ ମଧ୍ୟ ହୋଇଥିଲା । ଥମ୍ପସନନି ଗାର୍ଲଫ୍ରେଣ୍ଡ ଡ୍ୟାନିଏଲ ଥମାସଙ୍କୁ ଲୁହା ରଡରେ ପିଟିବା, ପିଠି ଏବଂ ଅଣ୍ଟାରେ କାଚରେ ଘଷିବା ଏବଂ ଜୋର ଜବରଦସ୍ତି ରଙ୍ଗ ପିଆଇବା ଭଳି ଅତ୍ୟାଚାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଘଟଣା ୨୦୧୯ରେ ଘଟିଥିଲା । ଉଭୟ ପରସ୍ପରକୁ ଭେଟିବା ପରେ ପ୍ରାୟ ୧୩ ସପ୍ତାହ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଏହା ପରେ ରିସଜ ନିଜ ଅସଲି ରୂପ ଦେଖାଇବା ଆରମ୍ଭ କରିଥିଲେ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ମାରିବା ଆରମ୍ଭ କରିଦେଇଥିଲେ । ରିସ କହିଥିଲେ ଯେ ଡ୍ୟାନିଏଲଙ୍କୁ ଜଣେ ପୁରୁଷ ସହ ଚାଟ୍ ଦେଖିଥିଲେ  । ଏହାପରେ ଏହି ଫୁଟବଲର ତାଙ୍କ ଗାର୍ଲଫ୍ରେଣ୍ଡ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ । ଥମ୍ପସନ ଡାନିଏଲଙ୍କୁ ଲଗାତାର ତିନି ଦିନ ଧରି ଲୁହା ରଡରେ ପିଟିଥିଲେ । ଏଭଳି ଭାବରେ ମାଡ ମାରିଥିଲେ ଯେ ତାଙ୍କର ମୁହଁ ମଧ୍ୟ ଫାଟିଯାଇଥିଲା ।

ଏତିକିରେ ବି ତାଙ୍କ ମନ ଭରିନଥିଲା, ଏହାପରେ ରିସ୍ ଥମ୍ପସନ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ମୁଣ୍ଡକୁ କାଚରେ ପିଟିଥିଲେ, ତାଙ୍କ ଶରୀରରେ କାଚ ଫୁଟାଇଦେଇଥିଲେ  । ଡ୍ୟାନିଏଲ ଏନେଇ ଏକ ଇଣ୍ଟରଭ୍ୟୁରେ କହିଥିଲେ । ସେ କହିଥିଲେ ଯେତେବେଳେ ଥମ୍ପସନ ତାଙ୍କୁ କାଚରେ ମାରିବାକୁ ଯାଉଥିଲେ ସେ ଭାବିନଥିଲେ ଯେ ଆଉ ବଞ୍ଚିବେ । ସେ ତାଙ୍କୁ ଚଟାଣରେ ପଡ଼ିଥିବା ରଙ୍ଗ ମଧ୍ୟ ପିଇବାକୁ ବାଧ୍ୟ କରିଥିଲେ । ତେବେ କୌଣସି ପ୍ରକାରେ ପୋଲିସ ଖବର ପାଇଁ ଡ୍ୟାନିଏଲଙ୍କୁ ସେଠାରୁ ମୁକ୍ତ କରିଥିଲା । ଏହା ପରେ କୋର୍ଟରେ ୪୦ ମାସ ପର୍ଯ୍ୟନ୍ତ ଏହି ମାମଲା ଚାଲିଥିଲା । ଏପ୍ରିଲ ୨୦୧୯ ରେ ନଟିଂଘମ କ୍ରାଉନ କୋର୍ଟ ଥମ୍ପସନଙ୍କୁ ଦୋଷୀ ପାଇଥିଲେ ଏବଂ ତାଙ୍କୁ ୪୯ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା ।

Get real time updates directly on you device, subscribe now.