fbpx

ଟ୍ରେନ ସେବା ଉପରେ ପଡିଲା ଅଗ୍ନିପଥ ନିଆଁର ଧାସ, ଜାଣନ୍ତୁ କ’ଣ ହେଲା ପରିସ୍ଥିତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଥମିବାର ନାଁ ଧରୁନି ବିବାଦ । ବିହାରରୁ ଆରମ୍ଭ ହୋଇତିବା ଏହି ବିରୋଧ ଏବେ ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ବ୍ୟାପି ସାରିଲାଣି । ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରି କିଛି ଟ୍ରେନ ପୋଡି ଦେଇଛନ୍ତି ପ୍ରଦର୍ଶନକାରୀ । ଫଳରେ ରେଲୱେର ଟ୍ରେନ ସେବା ଖୁବ ମାତ୍ରାରେ ବାଧାପ୍ରାପ୍ତ ହେଉଛି ।

ଅଗ୍ନିପଥକୁ ପ୍ରତିବାଦ ଯୋଗୁଁ ଆଜି ମଧ୍ୟ ପୂର୍ବତଟ ରେଲୱେର ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେତେକ ରୁଟରେ ଟ୍ରେନ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଂଶିକ ଭାବରେ ଟ୍ରେନ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି । ପୂର୍ବତଟରୁ ଯାଉଥିବା ମୋଟ ଟ୍ରେନ ଏବଂ ଆସୁଥିବା ୯ଟି ଟ୍ରେନ ଉପରେ ଏହାର ପ୍ରଭାବ ପଡିଛି ।

ପୂର୍ବତଟ ରେଲୱେ ଅଧୀନରେ ଯାତାୟତ କରୁଥିବା ମୋଟ ୨୭ଟି ଟ୍ରେନ ସେବା ବାତିଲ କରିବକୁ ବାଧ୍ୟ ହୋଇଛନ୍ତି ସରକାର । ପୂର୍ବତଟ ଦେଇ ଯାଉଥିବା ୩ଟି ଟ୍ରେନ ଏବଂ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ତେବେ ଅନ୍ୟ ୩ଟି ଟ୍ରେନ ଆଂଶିକ ଭାବେ ବାତିଲ କରାଯାଇଛି ।

Get real time updates directly on you device, subscribe now.