fbpx

SONY ଏବଂ HONDA ମିଳିତ ଭାବରେ ନିର୍ମାଣ କରିବେ ଇଲେକ୍ଟ୍ରିକ କାର୍: କମ୍ପାନୀର ନାମ ରହିବ…

ଟେକ୍ କମ୍ପାନୀ ସୋନୀ ଏବଂ ଅଟୋମୋବାଇଲ ନିର୍ମାତା ହଣ୍ଡା ମିଳିତ ଭାବରେ ସୋନୀ ହୋଣ୍ଡା ମୋବିଲିଟି ନାମରେ ନୂଆ କମ୍ପାନୀ ତିଆରି କରିବା ପାଇଁ ଯାଉଛନ୍ତି । ଏନେଇ ଦୁଇ କମ୍ପାନୀ ମଧ୍ୟରେ ଅଫିସିଆଲ ଭାବରେ ଏକ ନୂତନ ମିଳିତ ଉଦ୍ୟୋଗ ପାଇଁ ଦସ୍ତଖତ କରିଛନ୍ତି । ଏହି ନୂଆ କମ୍ପାନୀ ଇଲେକ୍ଟ୍ରିକ ବାହାନ ବିକାଶ ଏବଂ ବିକ୍ରି ଉପରେ କାର୍ଯ୍ୟ କରିବେ ।

ସୋନୀ କନ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଗ୍ଲୋବାଲ ଲିଡର ଭାବରେ ରହିଆସିଛି । ସେହିଭଳି ହୋଣ୍ଡା ମଧ୍ୟ ଅଟୋମୋବାଇଲ କ୍ଷେତ୍ରରେ ଏହାର ବାହାନ ନିର୍ମାଣକୁ ନେଇ ବେଶ୍ ଆଗରେ ରହିଛି । ଆଜିର ଆଧୁନିକ ଯୁଗରେ ଇଲେକ୍ଟ୍ରିକ କାରର ଚାହିଦା ବଢ଼ୁଛି । ଏମିତିରେ ସୋନୀ ହୋଣ୍ଡା ମୋବିଲିଟି ମିଳିତ ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଯେଉଁଠାରେ ହୋଣ୍ଡା ପାଖରେ ମୋବିଲିଟି ବିକାଶ, ନିରାପତ୍ତା ଟେକ୍ନୋଲୋଜି, ବାହାନର ବଡି ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଏବଂ ଆଫ୍ଟର ସେଲ୍ସ ଅଭିଜ୍ଞତା ରହିଥିବାବେଳେ । ଅନ୍ୟ ପଟେ, ଇମେଜିଙ୍ଗ୍, ସେନ୍ସିଂ, ଟେଲିକମ୍ ଯୋଗାଯୋଗ, ନେଟୱାର୍କ ଏବଂ ମନୋରଞ୍ଜନ ପ୍ରଯୁକ୍ତିର ବିକାଶ ଏବଂ କାର୍ଯ୍ୟାକାରିତା ବିଷୟରେ ସୋନି ପାଖରେ ଅଭିଜ୍ଞତା ରହିଛି । ଏପରି ସ୍ଥିତିରେ, ଦୁଇଟି ଦିଗ୍ଗଜଙ୍କ ହାତ ମିଳାଇବା ଦ୍ୱାରା ଆଧୁନିକ ବାହାନର ବିକାଶ ସମ୍ଭବତଃ ଫାଇଦା ହୋଇପାରେ । ସହଭାଗୀତା ଏବଂ ନୂଆ କମ୍ପାନୀ ଅନୂଯାୟୀ, ୨୦୨୫ ସୁଦ୍ଧା ଇଭିକୁ ବିକିବା ଏବଂ ଏହାର ସେବା ପ୍ରଦାନ କରିବା ପାଇଁ ଯୋଜନା ରହିଛି ।

ୟାସୁହିଦେ ମିଜୁନୋ, ପ୍ରତିନିଧି ନିର୍ଦ୍ଦେଶକ, ଅଧ୍ୟକ୍ଷ ଏବଂ ସୋନୀ ହଣ୍ଡା ମୋବିଲିଟିର ସିଇଓ ଏବଂ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡର ବରିଷ୍ଠ ପ୍ରବନ୍ଧ ଅଧିକାରୀ କହିଛନ୍ତି ଯେ ଆମେ ସୋସୀ ର ସେନ୍ସିଂ ଟେକ୍ନୋଲୋଜୀ ଏବଂ ହୋଣ୍ଡାର ମୂଳ ଗତିଶୀଳତା ବିକାଶ କ୍ଷମତା ଭଳି ବିଭିନ୍ନ କ୍ଷେତ୍ରରେ ଟେକ୍ନେନିକ୍ ର ସଂପୂର୍ଣ୍ଣ ଭାବରେ ଲାଭ ଉଠାଇବାକୁ ଯୋଜନା ପ୍ରସ୍ତୁତ କରିଛୁ । ସେ କହିଛନ୍ତି ଦୁଇ କମ୍ପାନୀ ବିଶେଷତା ଏକାଠି କରି ଆମର ଲକ୍ଷ୍ୟ ଏକ ନୂଆ ଯୁଗର ନେତୃତ୍ୱ କରିବା ରହିଛି ।

Get real time updates directly on you device, subscribe now.